ଜାତୀୟତାଜା ଖବର

ମମତାଙ୍କ କାଳିଘାଟ କାର୍ଯ୍ୟାଳୟରେ ସିଆଇଡି ଟିମ୍

କୋଲକାତା : ପଶ୍ଚିମବଙ୍ଗରେ ଟିଏମସି କ୍ଷମତା ହରାଇବା ପରେ ମମତା ବାନାର୍ଜୀଙ୍କ ସମସ୍ୟା ବଢ଼ିବାରେ ଲାଗିଛି। କେତେବେଳେ ଦଳୀୟ ନେତା ତାଙ୍କୁ ଧୋକା ଦେଉଛନ୍ତି କେତେବେଳେ ପୁଣି ଏକାଧୀକ ବିଦ୍ରୋହୀ ନେତା ଦଳ ଛାଡ଼ୁଛନ୍ତି। ଧୀରେ ଧୀରେ ମମତାଙ୍କ ଦଳ ଦୁର୍ବଳ ହେଉଥିବା ଦେଖିବାକୁ ମିଳୁଛି। ମଙ୍ଗଳବାର କୋଲକାତାର କାଳୀଘାଟ ସ୍ଥିତ ମମତାଙ୍କ କାର୍ଯ୍ୟାଳୟରେ ସିଆଇଡି ଟିମ୍ ପହଞ୍ଚିଥିଲା। ସିଆଇଡି ଟିମ୍ ମମତା ବାନାର୍ଜୀଙ୍କ ଭଣଜା ତଥା ଟିଏମସିର ଜାତୀୟ ସାଧାରଣ ସମ୍ପାଦକ ଅଭିଷେକ ବାନାର୍ଜୀଙ୍କୁ ନୋଟିସ୍ ଦେବା ପାଇଁ ସେଠାକୁ ଯାଇଥିବା ସୂଚନା ମିଳିଛି।ଏହି ମାମଲା ପଶ୍ଚିମବଙ୍ଗ ବିଧାନସଭାରେ ବିରୋଧୀ ଦଳ ପାଇଁ ସଂରକ୍ଷିତ ଗୁରୁତ୍ୱପୂର୍ଣ୍ଣ ପଦବୀଗୁଡ଼ିକରେ ନିଯୁକ୍ତି ସମ୍ପର୍କିତ ଏକ ପ୍ରସ୍ତାବରେ କିଛି ଟିଏମସି ବିଧାୟକଙ୍କ ସ୍ୱାକ୍ଷରରେ ହୋଇଥିବା କଥିତ ଜାଲିଆତି ଓ ଅସଙ୍ଗତିର ତଦନ୍ତ ସହ ଜଡିତ ବୋଲି କୁହାଯାଉଛି। ଅନ୍ୟପକ୍ଷରେ, ଟିଏମସି ର ପୂର୍ବତନ ବିଧାୟକ ସବ୍ୟସାଚୀ ଦତ୍ତଙ୍କୁ ଏକ ଅଦାଲତ ୮ ଦିନିଆ ପୋଲିସ ହେପାଜତକୁ ପଠାଇଛନ୍ତି। ତାଙ୍କୁ ଅପରାଧିକ ଧମକ ଦେବା ଅଭିଯୋଗରେ ମଙ୍ଗଳବାର ପ୍ରଭାତରେ ଉତ୍ତର ୨୪ ପରଗଣା ଜିଲ୍ଲାରୁ ଗିରଫ କରାଯାଇଥିଲା।

Leave a Reply

Your email address will not be published. Required fields are marked *