ଏକଲବ୍ୟଙ୍କ ଗୁରୁଦକ୍ଷିଣା…..
ଏକଲବ୍ୟ ନାମକ ଜଣେ ଗରିବ ବାଳକ ଜଙ୍ଗଲରେ ରହୁଥିଲେ। ସେ ଧନୁବିଦ୍ୟା ଶିଖିବାକୁ ଆଗ୍ରହୀ ଥିବାରୁ ଦ୍ରୋଣଙ୍କ ପାଖକୁ ଯାଇଥÒଲେ। କିନ୍ତୁ ଦ୍ରୋଣ ତାଙ୍କୁ ଶିକ୍ଷା ଦେବାକୁ ମନା କରି ଦେଲେ। ହେଲେ ସେ ନିରାଶ ନ ହୋଇ ଦ୍ରୋଣାଚାର୍ଯ୍ୟଙ୍କ ଏକ ମାଟି ପ୍ରତିମା ତିଆରି କରି ତାଙ୍କ ସମ୍ମୁଖରେ ଧନୁବିଦ୍ୟା ଅଭ୍ୟାସ କରିବାକୁ ଲାଗିଲେ। ଦିନେ, ଏକଲବ୍ୟ ଅଭ୍ୟାସ କରୁଥିବା ସମୟରେ, ଏକ କୁକୁର ଆସି ଜୋରରେ ଭୁକିବାକୁ ଲାଗିଲା…. ଏକଲବ୍ୟ, ତାକୁ ଆଘାତ ନକରି, କୁକୁରର ମୁହଁରେ ତୀର ଭର୍ତ୍ତି କରିଦେଲେ। କୁକୁରଟି ଦୌଡ଼ି ଦୌଡ଼ି ଦ୍ରୋଣାଚାର୍ଯ୍ୟ ରାଜପୁତ୍ରମାନଙ୍କୁ ଶିକ୍ଷା ଦେଉଥିବା ସ୍ଥାନକୁ ଯାଇ ଭୋକିବାକୁ ଲାଗିଲା। କୁକୁରକୁ ଦେଖି ଅର୍ଜୁନ ଆଶ୍ଚର୍ଯ୍ୟ ହୋଇ ଦ୍ରୋଣାଚାର୍ଯ୍ୟଙ୍କୁ କହିଲେ, “ଗୁରୁଜୀ, ଏହି ବ୍ୟକ୍ତି ଯିଏ ହେଉନା କାହିଁକି, ସେ ଧନୁବିଦ୍ୟାର ଜଣେ ମହାନ।” ଦ୍ରୋଣାଚାର୍ଯ୍ୟ ଏହା ଶୁଣି ଉକ୍ତ ବ୍ୟକ୍ତିଙ୍କୁ ଦେଖିବା ପାଇଁ ଆଗ୍ରହ ପ୍ରକାଶ କଲେ, ଏବଂ ତୁରନ୍ତ ଉକ୍ତ ସ୍ଥାନକୁ ଯାଇ ଦେଖିଲେ ଯେ, ଏକଲବ୍ୟ ଅଭ୍ୟାସ କରୁଛନ୍ତି। ଦ୍ରୋଣାଚାର୍ଯ୍ୟ ତୁରନ୍ତ ତାଙ୍କୁ ଚିହ୍ନି ପାରିଥିଲେ ଏବଂ ତାଙ୍କ ଶିକ୍ଷକଙ୍କୁ ଭେଟିବାକୁ ଇଚ୍ଛା କଲେ। ଏକଲବ୍ୟ ମାଟି ପ୍ରତିମା ଆଡ଼କୁ ଇଙ୍ଗିତ କଲେ, ଏବଂ ହାତ ଯୋଡି କହିଲେ, “ଗୁରୁଜୀ, େମା ଉପରେ ଆପଣଙ୍କ ଗୁରୁଦକ୍ଷିଣା ଉଦ୍ଧାର ରହିଛି। ” ଦ୍ରୋଣାଚାର୍ଯ୍ୟ ଉତ୍ତର ଦେଲେ, “ଯଦି ଏହା ସତ, ତେବେ ମୋତେ ତୁମର ଡାହାଣ ଅଙ୍ଗୁଠି ଦିଅ।” ଏକଲବ୍ୟ ଆଶ୍ଚର୍ଯ୍ୟ ହୋଇ ଗୁରୁଦକ୍ଷିଣା ସ୍ୱରୂପ ମୁଣ୍ଡକୁ ନଇଁ ପଡ଼ି ତାଙ୍କ ବୃଢ଼ାଆଙ୍ଗୁଠି ଗୁରୁଙ୍କୁ ଦେଇ ଦେଇଥିଲେ।

