ଜାତୀୟତାଜା ଖବର

ବଢୁଛି ସରପଞ୍ଚ ଚାମେଲି ଓଝା ବିବାଦ, ଏନ୍ଏଚ୍ଆର୍ସିର ଦ୍ୱାରସ୍ଥ ହେଲେ ଆଇନଜୀବୀ

ମହାକାଳପଡ଼ା : ଦିନକୁ ଦିନ ଘନେଇବାରେ ଲାଗିଛି  ମହାକାଳପଡ଼ା ତିଖିରୀ ସରପଞ୍ଚ ଚାମେଲି ଓଝା ବିବାଦ । ମାମଲା ଏବେ ଜାତୀୟ ମାନବାଧିକାର କମିସନରେ ପହଞ୍ଚିଲାଣି। ଚାମେଲିଙ୍କୁ ବେଆଇନ ଭାବେ ଅଟକ, ହାଜତରେ ନିର୍ଯାତନା ଓ ମାନବାଧିକାର ଉଲ୍ଲଂଘନ ଅଭିଯୋଗ କରି ଏନ୍‌ଏଚ୍‌ଆର୍‌ସିଙ୍କ ଦ୍ୱାରସ୍ଥ ହୋଇଛନ୍ତି ହାଇକୋର୍ଟ ଆଇନଜୀବୀ ସୁଜିତ ସାହୁ । ମହାକାଳପଡ଼ା ଥାନାର ସିସିଟିଭି ଫୁଟେଜ ଓ ଏଫ୍‌ଆଇଆର କପି ଦାବି କରିଛନ୍ତି ସୁଜିତ । ୧୧ ଜୁନରେ ଚାମେଲି ଓଝା ଦେଇଥିବା ଏତଲା କପି ସହିତ ମହାକାଳପଡ଼ା ଥାନା କେସ୍ ନମ୍ବର ୧୭୦ ଓ ୧୭୧ର ଏଫ୍‌ଆଇଆର କପି ଯୋଗାଇବାକୁ ଅନୁରୋଧ କରାଯାଇଛି । ଦ୍ୱିତୀୟରେ, ୧୧ ଜୁନ ସକାଳ ୧୦ଟାରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ ମହାକାଳପଡ଼ା ଥାନାରେ ଲାଗିଥିବା ସମସ୍ତ ସିସିଟିଭି କ୍ୟାମେରାର ଫୁଟେଜ ପେନ୍‌ ଡ୍ରାଇଭ୍‌ରେ ପ୍ରଦାନ କରିବାକୁ କୁହାଯାଇଛି । ଚାମେଲିଙ୍କୁ ଥାନାରେ ନିର୍ଯାତନା ଦିଆଯାଇଥିବାବେଳେ ସେ ଗୁରୁତର ହୋଇ କେନ୍ଦ୍ରାପଡ଼ା ଜିଲ୍ଲା ମେଡିକାଲରେ ଚିକିତ୍ସାଧୀନ ଅଛନ୍ତି।

Leave a Reply

Your email address will not be published. Required fields are marked *