ଜାତୀୟତାଜା ଖବର

ମହିଳାଙ୍କୁ ଅସଦାଚରଣ ଅଭିଯୋଗ ଶରଣକୁଳ ଥାନା ଆଇଆଇସି ନିଲମ୍ବିତ

ନୟାଗଡ଼- କର୍ତ୍ତବ୍ୟରେ ଅବହେଳା ଓ ବିଶୃଙ୍ଖଳା ଆଚରଣ ନେଇ ନୟାଗଡ଼ ଜିଲ୍ଲା ଶରଣକୁଳ ଥାନାର ପୂର୍ବତନ IICଙ୍କୁ ସସପେଣ୍ଡ କରିଛନ୍ତି ପୋଲିସ ଡିଜି। ନିଲମ୍ବିତ ଆଇଆଇସି ହେଲେ ସୁଜିତ କୁମାର ଦାସ। ସେ ଜଣେ ମହିଳାଙ୍କୁ ଅସଦାଚରଣ କରିଥିବା ଅଭିଯୋଗ ହୋଇଥିବାବେଳେ ଏ ନେଇ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ପୋଲିସ ଡିଜି ଆକ୍ସନ ନେଇଛନ୍ତି। ଏନେଇ ମହିଳା ଜଣଙ୍କ ଥାନାରେ ଅଭିଯୋଗ କରିଥିବାବେଳେ ଆଇଆଇସିଙ୍କ ନାମରେ ମାମଲା ରୁଜୁ ହେବା ସହ ତାଙ୍କୁ ତୁରନ୍ତ କାର୍ଯ୍ୟରୁ ନିଲମ୍ବିତ କରାଯାଇଛି।

Leave a Reply

Your email address will not be published. Required fields are marked *