ଦୈନିକ ରାଶିଫଳ

ଦୈନିକ ରାଶିଫଳ ୨୫/୦୫/୨୦୨୬

ମେଷ: ଜିଦ୍ ଛାଡନ୍ତୁ, ଶାନ୍ତ କଥା ଆଜି ବଡ଼ ଭୁଲକୁ ରୋକିବ । କାର୍ଯ୍ୟସ୍ଥଳରେ ନୂଆ ଦାୟିତ୍ୱ ଆସିପାରେ, ଭୟ କରିବେ ନାହିଁ। ଚାକିରିରେ ଉର୍ଦ୍ଧ୍ୱତନଙ୍କ ସହ ସିଧା କଥା କହନ୍ତୁ, ଲାଭ ମିଳିବ। ବ୍ୟବସାୟରେ ପୁରୁଣା ଗ୍ରାହକକୁ ଫେରାନ୍ତୁ, ନୂଆ ଗ୍ରାହକ ନିଜେ ଆସିବେ। ଟଙ୍କା ନେଇ ତ୍ୱରାହୁଡ଼ା ନିଷ୍ପତ୍ତି ନକରନ୍ତୁ। ମନର ରାଗକୁ କାମର ଶକ୍ତି କରନ୍ତୁ। ସନ୍ଧ୍ୟା ପରେ ଶୁଭ ସମ୍ବାଦ ମିଳିପାରେ।

ବୃଷ: କାର୍ଯ୍ୟସ୍ଥଳରେ ଧୈର୍ଯ୍ୟ ରଖନ୍ତୁ, ବିଳମ୍ବିତ କାମ ସରିବ। ଚାକିରି ପରିବର୍ତ୍ତନ ଭାବୁଥିଲେ ଆଜି ଖୋଜ ଆରମ୍ଭ କରନ୍ତୁ ବ୍ୟବସାୟରେ ଲାଭ କମ୍ ହେଲେ ମଧ୍ୟ ଗତି ବଢ଼ିବ। ସହଭାଗୀଙ୍କୁ ସନ୍ଦେହ କରିବେ ନାହିଁ। ଖର୍ଚ୍ଚରେ ନିୟନ୍ତ୍ରଣ ରଖିଲେ ଚାପ କମିବ। ରାତିରେ ମନ ଶାନ୍ତ ହେବ।

ମିଥୁନ : ଦୁଇମନ ଛାଡନ୍ତୁ, ସ୍ପଷ୍ଟ ନିଷ୍ପତ୍ତି ନିଅନ୍ତୁ। କାର୍ଯ୍ୟସ୍ଥଳରେ ଆପଣଙ୍କ ବୁଦ୍ଧି ଆଜି ସମସ୍ୟା ସମାଧାନ କରିବ। ଚାକିରିରେ ନୂଆ ସୁଯୋଗର ସୂଚନା ମିଳିପାରେ। ବ୍ୟବସାୟରେ ଅନଲାଇନ ପ୍ରଚାର ଲାଭଦାୟକ ହେବ। ଅତି କଥା କହି କ୍ଷତି କରିବେ ନାହିଁ। ପୁରୁଣା ମିତ୍ର ଆଜି ସାହାଯ୍ୟ କରିପାରେ। ସନ୍ଧ୍ୟାରେ ମନରେ ଆତ୍ମବିଶ୍ୱାସ ବଢ଼ିବ।

କର୍କଟ: ଭାବନା ରଖନ୍ତୁ, କିନ୍ତୁ ଅତି ସେଣ୍ଟିମେଣ୍ଟ ନୁହେଁ।
କାର୍ଯ୍ୟସ୍ଥଳରେ ଆପଣଙ୍କ ପରିଶ୍ରମ ଦେଖାଯିବ। ଚାକିରିରେ ପଦୋନ୍ନତି କଥା ଆଗକୁ ବଢ଼ିପାରେ ବ୍ୟବସାୟରେ ପରିବାର ସହଯୋଗ ମିଳିବ। ଟଙ୍କା ଧାର ଦେବା ପୂର୍ବରୁ ଭଲଭାବେ ଭାବନ୍ତୁ। ଅନାବଶ୍ୟକ ଚିନ୍ତାକୁ ବନ୍ଦ କରନ୍ତୁ। ଆଜି ଘରେ ଶାନ୍ତିର ପରିବେଶ ରହିବ।

ସିଂହ : ଅହଂକାର ଛାଡନ୍ତୁ, ପ୍ରେମ ବଢ଼ିବ। କାର୍ଯ୍ୟସ୍ଥଳରେ ନେତୃତ୍ୱ ନିଅନ୍ତୁ, ଲୋକେ ଶୁଣିବେ। ଚାକିରିରେ ଉଚ୍ଚ ଅଧିକାରୀ ପ୍ରଭାବିତ ହେବେ। ବ୍ୟବସାୟରେ ବଡ଼ ଚୁକ୍ତିର ଆଲୋଚନା ହୋଇପାରେ। ରାଗରେ କଥା କହି କାମ ନଷ୍ଟ କରିବେ ନାହିଁ। ନୂଆ ଯୋଜନାକୁ ଆଜି ଆରମ୍ଭ କରନ୍ତୁ। ସନ୍ଧ୍ୟାରେ ସମ୍ମାନ ମିଳିବ।

କନ୍ୟା: କାର୍ଯ୍ୟସ୍ଥଳରେ ଶୃଙ୍ଖଳା ଆପଣଙ୍କୁ ଆଗକୁ ନେବ। ଚାକିରିରେ ଡକ୍ୟୁମେଣ୍ଟ ଭଲଭାବେ ଯାଞ୍ଚ କରନ୍ତୁ । ବ୍ୟବସାୟରେ ହିସାବ ସଠିକ୍ ରଖନ୍ତୁ, ଲାଭ ରହିବ। ସହକର୍ମୀଙ୍କୁ ଅବହେଳା କରିବେ ନାହିଁ। ମନର ଚିନ୍ତାକୁ ଲେଖିଦିଅନ୍ତୁ, ହାଲୁକା ଲାଗିବ। ଦିନ ଶେଷରେ ସନ୍ତୋଷ ମିଳିବ।

ତୁଳା : ସମତୁଳନ ରଖନ୍ତୁ, ଦୁହେଁକୁ ସମୟ ଦିଅନ୍ତୁ। କାର୍ଯ୍ୟସ୍ଥଳରେ ଦଳୀୟ କାମରେ ସଫଳତା ମିଳିବ। ଚାକିରିରେ ଇଣ୍ଟରଭ୍ୟୁ କିମ୍ବା ମିଟିଂ ଶୁଭ ରହିବ। ବ୍ୟବସାୟରେ ସହଭାଗୀ ସହ ସମ୍ମତି କରନ୍ତୁ। ଅତି ଦ୍ୱିଧାରେ ସୁଯୋଗ ହାରିବେ ନାହିଁ। ନୂଆ ପୋଷାକ କିମ୍ବା ରୂପରେ ଆତ୍ମବିଶ୍ୱାସ ବଢ଼ିବ।
ସନ୍ଧ୍ୟାରେ ଭଲ ଖବର ଆସିପାରେ।

ବିଛା: ସନ୍ଦେହ କରନ୍ତୁ ନାହିଁ । ସତ୍ୟ ନିଜେ ଆସିବ। କାର୍ଯ୍ୟସ୍ଥଳରେ ଗୁପ୍ତ ପ୍ରତିସ୍ପର୍ଧା ରହିପାରେ, ସଚେତନ ରୁହନ୍ତୁ। ଚାକିରିରେ ଶାନ୍ତ ଭାବେ କାମ କରିଲେ ଜିତିବେ। ବ୍ୟବସାୟରେ ଝୁଲିକି ବିନିଯୋଗ ଆଜି ଏଡ଼ନ୍ତୁ। ରାଗକୁ ନିୟନ୍ତ୍ରଣ କରନ୍ତୁ। ପୁରୁଣା ସମସ୍ୟାର ସମାଧାନ ମିଳିବ। ରାତିରେ ମନ ସ୍ପଷ୍ଟ ହେବ।

ଧନୁ: ସତ୍ୟ କହନ୍ତୁ, ଲୁଚାଇବା କ୍ଷତିକାରକ। କାର୍ଯ୍ୟସ୍ଥଳରେ ଯାତ୍ରା କିମ୍ବା ବାହାର କାମ ଆସିପାରେ। ଚାକିରିରେ ଶିକ୍ଷା ଓ କୌଶଳ ଲାଭ ଦେବ। ବ୍ୟବସାୟରେ ନୂଆ ଶହର ସହ ଯୋଗାଯୋଗ ଶୁଭ। ଅତି ଆଶା କମାନ୍ତୁ, ବାସ୍ତବ ଦେଖନ୍ତୁ। ମିତ୍ରଙ୍କ ସୁପରିଶ ଲାଭଦାୟକ ହେବ। ସନ୍ଧ୍ୟାରେ ଉତ୍ସାହ ବଢ଼ିବ।
ମକର : ଦାୟିତ୍ୱ ନିଅନ୍ତୁ, କେବଳ ଆଶା ରଖିବେ ନାହିଁ। କାର୍ଯ୍ୟସ୍ଥଳରେ କଠିନ ପରିଶ୍ରମର ଫଳ ମିଳିବ। ଚାକିରିରେ ଧୀରେ ଧୀରେ ଉନ୍ନତି ଦେଖିବେ। ବ୍ୟବସାୟରେ ଦୀର୍ଘମିଆଦି ଯୋଜନା କରନ୍ତୁ। ଅତି ଚିନ୍ତାରେ ଶକ୍ତି ନଷ୍ଟ କରିବେ ନାହିଁ। ଜ୍ୟେଷ୍ଠଙ୍କ ସହଯୋଗ ମିଳିବ। ରାତିରେ ମନରେ ନିଶ୍ଚିନ୍ତତା ଆସିବ।

କୁମ୍ଭ: ଅଲଗା ଭାବନାକୁ ସମ୍ମାନ ଦିଅନ୍ତୁ। କାର୍ଯ୍ୟସ୍ଥଳରେ ନୂଆ ପ୍ରଯୁକ୍ତି ଆପଣଙ୍କୁ ଆଗକୁ ନେବ।
ଚାକିରିରେ ପରିବର୍ତ୍ତନର ସଙ୍କେତ ମିଳିପାରେ। ବ୍ୟବସାୟରେ ଡିଜିଟାଲ ମାଧ୍ୟମରେ ଲାଭ ହେବ। ମିତ୍ର ଓ କାମକୁ ଅଲଗା ରଖନ୍ତୁ। ମନର ଏକାକୀପଣକୁ କଥାରେ ବାହାର କରନ୍ତୁ। ସନ୍ଧ୍ୟାରେ ନୂଆ ସଂଯୋଗ ମିଳିପାରେ।

ମୀନ: ଭାବନା ସହ ସୀମା ମଧ୍ୟ ରଖନ୍ତୁ। କାର୍ଯ୍ୟସ୍ଥଳରେ ନିରବ କାମ ଆପଣଙ୍କ ପ୍ରଶଂସା ଆଣିବ ।ଚାକିରିରେ ଗୁପ୍ତ ସୁଯୋଗ ଆସିପାରେ, ସଚେତନ ରୁହନ୍ତୁ।
ବ୍ୟବସାୟରେ ସୃଜନଶୀଳ କାମ ଲାଭ ଦେବ। ଅନ୍ୟଙ୍କ କଥାରେ ଭାସିବେ ନାହିଁ। ଧ୍ୟାନ କିମ୍ବା ପ୍ରାର୍ଥନା କରନ୍ତୁ, ମନ ସ୍ଥିର ହେବ। ରାତିରେ ଆଶାର ଆଲୋକ ଦେଖିବେ।

Leave a Reply

Your email address will not be published. Required fields are marked *