ଆନ୍ତର୍ଜାତୀୟଜାତୀୟତାଜା ଖବର

ଜମ୍ମୁ-କାଶ୍ମୀର ଉପରେ ଟିପ୍ପଣୀ ଦେବା କାହାର ଅଧିକାର ନାହିଁ

ନୂଆଦିଲ୍ଲୀ, ୨୭|୫: ପାକିସ୍ତାନ-ଚୀନ୍ ଏକ ମିଳିତ ବିବୃତ୍ତିରେ ଜମ୍ମୁ-କାଶ୍ମୀର ଓ ଲଦାଖ ବିଷୟରେ ଉଠାଇବାକୁ ଭାରତ ‘ଅଯଥା ଉଲ୍ଲେଖ’ ବୋଲି କହିବା ସହିତ ଏହାକୁ ଦୃଢ଼ ଭାବରେ ପ୍ରତ୍ୟାଖ୍ୟାନ କରିଛି। ଭାରତ କହିଛି ଯେ, ଏହି କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକ ‘ଭାରତର ଅଭିନ୍ନ ଓ ଅବିଚ୍ଛେଦ୍ୟ ଅଂଶ’ । ଏଥିରେ ହସ୍ତକ୍ଷେପ କରିବା କାହାର ଅଧିକାରୀ ନାହଁ। ଚୀନ୍ ଓ ପାକିସ୍ତାନ ମିଳିତ ବିବୃତ୍ତିରେ ଜମ୍ମୁ ଓ କାଶ୍ମୀରକୁ ଅନାବଶ୍ୟକ ଉଲ୍ଲେଖ କରାଯିବାକୁ ଭାରତ ଦୃଢ଼ ପ୍ରତିବାଦ କରିଛି। ଚୀନ-ପାକିସ୍ତାନ ଅର୍ଥନୈତିକ କରିଡର (ସିପିଇସି) ଅନ୍ତର୍ଗତ ପ୍ରକଳ୍ପଗୁଡ଼ିକର ଉଲ୍ଲେଖକୁ ବିଦେଶ ମନ୍ତ୍ରଣାଳୟର ମୁଖପାତ୍ର ରଣଧୀର ଜୟସ୍ବାଲ ସମାଲୋଚନା କରିଥିଲେ। ପ୍ରକଳ୍ପର କିଛି ଅଂଶ ପାକିସ୍ତାନ ଅଧିକୃତ କାଶ୍ମୀର (ପିଓକେ)ରେ ଥିବାରୁ ଜସସ୍ବାଲ କହିଥିଲେ ଯେ, ଭାରତର ସାର୍ବଭୌମ ଅଞ୍ଚଳ ଉପରେ ଇସଲାମାବାଦର ଅବୈଧ ଓ ବଳପୂର୍ବକ ଦଖଲକୁ ନୂଆଦିଲ୍ଲୀ ବିରୋଧ ଓ ପ୍ରତ୍ୟାଖ୍ୟାନ କରେ । ୧୯୬୩ ମସିହାରେ ପାକିସ୍ତାନ ଓ ଚୀନ୍ ମଧ୍ୟରେ ହୋଇଥିବା ସୀମା ଚୁକ୍ତିନାମାକୁ ନୂଆଦିଲ୍ଲୀ କେବେ ସ୍ୱୀକୃତି ଦେଇନାହିଁ ବୋଲି ଜୟସ୍ବାଲ କହିଛନ୍ତି। ଚୀନ୍ ଓ ପାକିସ୍ତାନ ମଧ୍ୟରେ ତଥାକଥିତ ‘ସୀମାପାର ଜଳସମ୍ପଦ ସହଯୋଗ’ର ଉଲ୍ଲେଖ ରହିଛି। ଯେହେତୁ ଦୁଇ ଦେଶର ସୀମା କେଉଁଠି ବି ମିଶିନାହିଁ, ତେଣୁ ତଥାକଥିତ ‘ସୀମାପାର ଜଳସମ୍ପଦ ସହଯୋଗ’ର ପ୍ରଶ୍ନ ଉଠୁନାହିଁ ବୋଲି ଜୟସ୍ବାଲ କହିଛନ୍ତି । ସୂଚନାଯୋଗ୍ୟ ଯେ, ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ୍‌ଙ୍କ ଚୀନ୍‌ ଗସ୍ତବେଳେ ଇସଲାମାବାଦ ଓ ବେଜିଂ ପକ୍ଷରୁ ଏହି ମିଳିତ ବିବୃତ୍ତି ଜାରି କରାଯାଇଥିଲା। ବିବୃତିରେ ଦାବି କରାଯାଇଛି ଯେ, ପାକିସ୍ତାନ ଜମ୍ମୁ ଓ କାଶ୍ମୀରର ସଦ୍ୟତମ ଘଟଣାବଳୀ ବିଷୟରେ ଚୀନ୍ ପକ୍ଷକୁ ଅବଗତ କରାଇଛି। ଜବାବରେ, ଚୀନ୍ ପକ୍ଷ ପାକିସ୍ତାନ ଦ୍ୱାରା ଭାରତୀୟ ଅଞ୍ଚଳ ଉପରେ ଅବୈଧ ଦଖଲ ପ୍ରସଙ୍ଗକୁ ଇତିହାସର ଏକ ବିବାଦ ବୋଲି କହିଛି।

Leave a Reply

Your email address will not be published. Required fields are marked *