ଚାଉଳ ମିଲିଂ ଖର୍ଚ୍ଚ ୨ ଗୁଣ ବୃଦ୍ଧିପାଇଁ ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି
ଭୁବନେଶ୍ବର: ଚାଉଳ ମିଲିଂ ଖର୍ଚ୍ଚ ୨ଗୁଣା ବୃଦ୍ଧି କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଉଷୁନା ଚାଉଳ କୁଇଣ୍ଟାଲ ପିଚ୍ଛା ୨୦ରୁ ୪୦ ଟଙ୍କାକୁ ବୃଦ୍ଧି କରାଯାଇଥିବାବେଳେ ଅରୁଆ ଚାଉଳ କୁଇଣ୍ଟାଲ ପିଚ୍ଛା ୧୦ ରୁ ୨୦କୁ ବୃଦ୍ଧି ହୋଇଛି। ଚାଷୀମାନଙ୍କ ଠାରୁ ଧାନ ଯେପରି ସୁରୁଖୁରୁରେ ସଂଗ୍ରହ ହେବ ତାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଏହି ନିଷ୍ପତ୍ତି ଗ୍ରହଣ କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଏହି ନିଷ୍ପତ୍ତି ଦ୍ବାରା ମିଲର ମାନଙ୍କ ସମସ୍ୟା ଦୂର ହେବା ସହ ଚାଷୀ ମାନଙ୍କ ଠାରୁ ସୁରୁଖୁରରେ ଧାନ ସଂଗ୍ରହ ହୋଇପାରିବ ଏବଂ ରାଜ୍ୟର ଖାଦ୍ୟ ସୁରକ୍ଷା ବ୍ୟବସ୍ଥା ସୁଦୃଢ଼ ହେବ ବୋଲି ମୁଖ୍ୟମନ୍ତ୍ରୀ ଆଶା ପ୍ରକାଶ କରିଛନ୍ତି । ସୂଚନାଯୋଗ୍ୟ ଯେ,ଗତ କିଛି ବର୍ଷ ମଧ୍ୟରେ ଶ୍ରମିକ ମଜୁରୀ,ପେଟ୍ରୋଲ ଓ ଅନ୍ୟାନ୍ୟ ମିଲିଂ ସାମଗ୍ରୀର ଦର ବୃଦ୍ଧି ହୋଇଥିବା ବେଳେ ଅନ୍ୟାନ୍ୟ ରାଜ୍ୟରେ ମିଲିଂ ଦର ଆମ ରାଜ୍ୟ ଠାରୁ ଯଥେଷ୍ଟ ଅଧିକ ରହିଛି ।

