ଜାତୀୟତାଜା ଖବର

କୋର୍ଟରେ କାହିଁକି ହାରୁଛନ୍ତି ସରକାର ପ୍ରମୁଖ ସଚିବ, ସଚିବ ଓ ବିଭାଗୀୟ ମୁଖ୍ୟଙ୍କୁ ଅର୍ଥ ବିଭାଗର ଜବାବ ତଲବ

ଭୁବନେଶ୍ବର, ୫|୬(ବ୍ୟୁରୋ): କୋର୍ଟରେ ସରକାରୀ ପରାଜୟ ପଛରେ କାହାର ଅବହେଳା ନେଇ ପ୍ରଶ୍ନ କରିଛନ୍ତି ରାଜ୍ୟ ସରକାର। ଏନେଇ ଅର୍ଥ ବିଭାଗ ପକ୍ଷରୁ ସମସ୍ତ ପ୍ରମୁଖ ସଚିବ, ସଚିବ ଓ ବିଭାଗୀୟ ମୁଖ୍ୟଙ୍କୁ ଜବାବ ତଲବ କରିଛନ୍ତି । ନ୍ୟାୟାଳୟ ମାମଲା ପରିଚାଳନାରେ ବିଭିନ୍ନ ବିଭାଗର ଅବହେଳା ଯୋଗୁଁ ରାଜ୍ୟ ସରକାରଙ୍କୁ ବାରମ୍ବାର ଆର୍ଥିକ କ୍ଷତି ସହିବାକୁ ପଡ଼ୁଛି। ଏହାକୁ ଗୁରୁତର ଭାବରେ ନେଇଛି ଅର୍ଥ ବିଭାଗ। ଏ ପ୍ରସଙ୍ଗରେ ରାଜ୍ୟର ସମସ୍ତ ପ୍ରମୁଖ ସଚିବ, ସଚିବ ଓ ବିଭାଗୀୟ ମୁଖ୍ୟଙ୍କୁ ଜବାବ ଦେବା ପାଇଁ କଡ଼ା ନିର୍ଦ୍ଦେଶ ଦିଆଯାଇଛି। ନ୍ୟାୟାଳୟଙ୍କ ଆଦେଶ କାର୍ଯ୍ୟକାରୀ କରିବା ପାଇଁ ବିଭାଗ ସମ୍ମତି ଲାଗୁଥିବା ସମସ୍ତ ଫାଇଲ ସହ ନିର୍ଦ୍ଦିଷ୍ଟ ଚେକ ଲିଷ୍ଟ ଅନିର୍ବାଯ୍ୟ ଭାବେ ଦାଖଲ କରିବାକୁ କୁହାଯାଇଛି। ଅର୍ଥ ବିଭାଗ କହିଛି ୨୦୧୭ ମସିହାର ଏନେଇ ଜାରି କରାଯାଇଥିବା ନିର୍ଦ୍ଦେଶାବଳୀକୁ  ଅନେକ ବିଭାଗ ସଠିକ ଭାବେ ପାଳନ କରୁ ନାହାନ୍ତି। ଫଳ ସ୍ବରୂପ ରାଜ୍ୟ ସରକାରଙ୍କ ବିରୋଧରେ ରାୟ ଯାଉ ଥିବାରୁ ରାଜ୍ୟ ରାଜକୋଷ ଉପରେ ଅତିରିକ୍ତ ବୋଝ ପଡ଼ୁଥିବା କୁହାଯାଇଛି। ଏନେଇ ଥିବା ନିୟମାବଳି ଅନୁସରଣ କରାଯାଉ ନଥିବାରୁ ଏଭିଲ ସ୍ଥିତି ଉପୁଜିଛି ବୋଲି ସୂଚନା ରହିଛି। ଏଥିନେଇ ଅର୍ଥ ବିଭାଗ ପକ୍ଷରୁ କଡ଼ା ଆଭିମୂଖ୍ୟ ଗ୍ରହଣ କରାଯାଇଛି।

Leave a Reply

Your email address will not be published. Required fields are marked *