ଜାତୀୟତାଜା ଖବର

ଦୁଇ ବାଇକ୍ ମୁହାଁମୁହିଁ ଧକ୍କା: ୨ ମୃତ, ୧ ଗୁରୁତର

କୋରାପୁଟ: କୋରାପୁଟ ସଦର ଥାନା ଅନ୍ତର୍ଗତ ଡଲିଆମ ବ୍ରିଜ ନିକଟରେ ଦୁଇ ବାଇକ୍ ମୁହାଁମୁହିଁ ଧକ୍କା ହେବାରୁ ଘଟଣାସ୍ଥଳରେ ଦୁଇଜଣଙ୍କର ମୃତ୍ୟୁ ହୋଇଛି। ଦୁର୍ଘଟଣାରେ ଜଣେ ଗୁରୁତର ଆହତ ହୋଇଛନ୍ତି । ଗୁରୁତରକୁ କୋରାପୁଟ ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି। ମୃତ ଦୁଇ ଯୁବକଙ୍କ ଘର ଦଶମନ୍ତପୁର ବ୍ଲକ୍ ମାଚରା ନୂଆଗୁଡା ଗାଁରେ । ଗୁରୁତରଙ୍କ ଘର କୋରାପୁଟ ସଦର ମହାଦେଇପୁଟ ଗାଁର ବୋଲି ଜଣାପଡ଼ିଛି। ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଅ‌ାରମ୍ଭ କରିଛି।

Leave a Reply

Your email address will not be published. Required fields are marked *