ପ୍ରସ୍ତାବିତ ମଦ ଦୋକାନକୁ ବିରୋଧ ଜିଲ୍ଲାପାଳ ଅଫିସ ଘେରିଲେ ମହିଳା
ଯାଜପୁର,୧୦|୬(ସ.ପ୍ର.): ପ୍ରସ୍ତାବିତ ମଦ ଦୋକାନକୁ ବିରୋଧ କରି ଯାଜପୁର ଜିଲ୍ଲାପାଳଙ୍କ ଅଫିସ ଘେରିଛନ୍ତି ଶତାଧିକ ମହିଳା। ଯାଜପୁର ବ୍ଲକ ଆଙ୍କୋଲୀ ମୌଜାରେ ଜଜାତୀକେଶରୀ ମେଡିକାଲ କଲେଜରେ ହୋମିୟପାଥି ଚିକିତ୍ସାଳୟ ରହିଛି। ସେଠାରେ ହେବାକୁ ଥିବା ପ୍ରସ୍ତାବିତ ମଦ ଦୋକାନକୁ ବିରୋଧ କରିଛନ୍ତି ମହିଳା। ଶତାଧିକ ମହିଳା ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ପହଞ୍ଚି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଏହାସହ ମଦ ଦୋକନାକୁ ତୁରନ୍ତ ହଟାଇବା ପାଇଁ ଦାବି କରାଯାଇଛି। ଏନେଇ ଅତିରିକ୍ତ ଜିଲ୍ଲାପାଳଙ୍କୁ ମହିଳାମାନେ ଦାବିପତ୍ର ପ୍ରଦାନ କରିଥିବାବେଳେ ମଦ ଦୋକାନ ବନ୍ଦ ନ କଲେ ଆଗାମୀ ଦିନରେ ଜନ ଆନ୍ଦୋଳ ହେବ ବୋଲି ଚେତାଦନୀ ଦିଆଯାଇଛି। ମେଡିକାଲ ଛକ ଓ ଲ’ କଲେଜ ନିକଟରେ ମଦ ହେବାକୁ ଥିବାବେଳେ ତାକୁ ମହିଳାମାନେ ତୀବ୍ର ବିରୋଧ କରିଛନ୍ତି ।

