ଜାତୀୟତାଜା ଖବର

ଶବଦାହ ପାଇଁ ଯାଉଥିବାବେଳେ ଅଘଟଣ ଦୁର୍ଘଟଣାରେ ଜଣେ ମୃତ, ଜଣେ ଗୁରୁତର

ରାଉରକେଲା: ବ୍ରାହ୍ମଣୀତରଂଗ ଥାନା ଅନ୍ତର୍ଗତ ଟିସିଆଇ ଛକରେ ଘଟିଯାଇଛି ଏକ ଦୁଃଖଦ ଘଟଣା।  ବନ୍ଧମୁଣ୍ଡା ଅଞ୍ଚଳରୁ ଶବ ସଂସ୍କାର ପାଇଁ ଏକ ଟ୍ରକରେ ଶବ ଧରି ବେଦବ୍ୟାସ ଘାଟକୁ ଯାଉଥିବାବେଳେ ଟିସିଆଇ ଛକରେ ଏକ କୋଇଲା ବୋଝେଇ ଟ୍ରକ ପଛପଟୁ ଧକ୍କା ଦେବାରୁ ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଛି। ମୃତକ ହେଲେ ବନ୍ଧମୁଣ୍ଡା ଅଞ୍ଚଳର ଶିବ ପ୍ରସାଦ ତନ୍ତୀ (୫୫)। ଦୁର୍ଘଟଣାରେ ଈଶ୍ୱର ଚନ୍ଦ୍ର ପ୍ରଧାନ ଗୁରୁତର ଆହତ ହୋଇଛନ୍ତି। ପୋଲିସ ପହଞ୍ଚି ଗାଡି ଦୁଇଟିକୁ ଜବତ କରିଛି।

Leave a Reply

Your email address will not be published. Required fields are marked *