ରାୟଗଡ଼ା ପୋଲିସର ବଡ଼ ସଫଳତା ଉଦ୍ଧାର ହେଲା ୧୦୦ ଚୋରି ମୋବାଇଲ
ରାୟଗଡ଼ା : ମାଲିକ ପାଇଲେ ଚୋରି ହୋଇଥିବା ମୋବାଇଲ । ରାୟଗଡ଼ା ପୋଲିସର ସାଇବର ସେଲ୍କୁ ମିଳିଛି ବଡ଼ ସଫଳତା । ବିଭିନ୍ନ ସମୟରେ ଚୋରି ହୋଇଥିବା ଶହେଟି ଦାମୀ ମୋବାଇଲ ଫୋନ୍କୁ ଉଦ୍ଧାର କରିଛି ପୋଲିସ । ସାଇବର ପ୍ରଯୁକ୍ତିର ସହାୟତାରେ ମୋବାଇଲଗୁଡ଼ିକୁ ଟ୍ରାକ୍ କରି ଜବତ କରାଯାଇଥିଲା । ଏହାପରେ ସମସ୍ତ ମୋବାଇଲର ପ୍ରକୃତ ମାଲିକଙ୍କୁ ଚିହ୍ନଟ କରାଯାଇ ଆଜି ସେମାନଙ୍କ ହାତକୁ ଫେରାଇ ଦିଆଯାଇଛି । ମୋବାଇଲ ଫେରିପାଇବା ପରେ ମାଲିକମାନେ ରାୟଗଡ଼ା ପୁଲିସ ଓ ସାଇବର ସେଲ୍ର ଏହି ପଦକ୍ଷେପକୁ ପ୍ରଶଂସା କରିଛନ୍ତି । ତେବେ ମୋବାଇଲ ଚୋରି ଘଟଣାକୁ ରୋକିବା ସହ ହଜିଥିବା ମୋବାଇଲ ଉଦ୍ଧାର ପାଇଁ ପୁଲିସ ପକ୍ଷରୁ ଆଗକୁ ମଧ୍ୟ ଏଭଳି ଅଭିଯାନ ଜାରି ରହିବ ବୋଲି କୁହାଯାଇଛି ।

