୪୦ କିଲୋ ତମ୍ବା ତାର ଜବତ
ରାଉରକେଲା: ରାଉରକେଲା ଫଟିଲାଇଜାର ଅଞ୍ଚଳ ଜଲଦା ଫାଣ୍ଡି ଅନ୍ତର୍ଗତ ବ୍ରିଟାନିଆ କଲୋନୀରେ ରହୁଥିବା ବିରଳ ବିର୍ଲାଙ୍କ ଘରେ ପୋଲିସ ଚଢ଼ଉ କରି ୪୦ କିଲୋ ଚୋରା ତମ୍ବା ତାର ଜବତ କରିଛି। ବିଭିନ୍ନ ସ୍ଥାନରୁ ତମ୍ବା ତାର ଚୋରି କରି ଘରେ ଗଚ୍ଛିତ ରଖିଥିବାବେଳେ ପୋଲିସ ଖବର ପାଇ ଚଢ଼ଉ କରିଥିଲେ। ବିରଳ ବିର୍ଲାଙ୍କ ସମେତ ଗାଡ଼ିଆ ତୋଲା ଅଞ୍ଚଳର ଅନ୍ୟ ଜଣେ ଯୁବକକୁ ଗିରଫ କରି ପୋଲିସ ତଦନ୍ତ ଜାରି ରଖିଛି।

