ଆକ୍ସନ ମୋଡ଼ରେ ଖଣି ବିଭାଗ,୧୮ ହାଇୱା ଓ ୨ ଜେସିବି ଜବତ
ପୁରୀ: ଆକ୍ସନ ମୋଡ଼ରେ ଖଣି ବିଭାଗ। ପୁରୀ ଇତିହାସରେ ସବୁଠାରୁ ବଡ଼ ଚଢ଼ଉ ହୋଇଛି। ବାଲି ମାଫିଆଙ୍କ ବିରୋଧରେ ପୁରୀ ଖଣି ଅଧିକାରୀ ଓ ସ୍ପେଶାଲ ସ୍କ୍ୱାଡ ପୁଲିସର ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ବଳଙ୍ଗା ଭାର୍ଗବୀ ନଦୀ ତେରହଳରେ ବେଆଇନ ବାଲି ଘାଟ ଉପରେ ଚଢ଼ଉ କରିଥିବା ବେଳେ ଏହି ସମୟରେ ୧୮ ବାଲି ବୋଝେଇ ହାଇୱା, ୨ ଟି ଜେସିବି ମେସିନ ଜବତ। ଏହାସହିତ ୧୦ଜଣଙ୍କୁ ପୋଲିସ ଉଠାଇ ନେଇଛି। ଚଢାଉ। ଅନେକ ଦିନ ହେଲାଣି ବେଆଇନ ବାଲି ଘାଟ ଚାଲୁଥିବା ନେଇ ଅଭିଯୋଗ ହୋଇଥିଲା। ଏହାସହିତ ମାଫିଆମାନେ ବୋମା ପକାଇ, ଗ୍ରାମବାସୀଙ୍କୁ ଭୟଭୀତ କରାଇ ଏଇ ବେଆଇନ କାମ ଚଳାଇଥିଲେ। ଏନେଇ ସୂଚନା ପାଇବା ପରେ ପୁରୀ ମାଇନ୍ସ ବିଭାଗ ଓ ବଳଙ୍ଗା ପୋଲିସ ରାତି ଅଧିଆ ଚଢଉ କରିଥିଲା।

