ମଧ୍ୟପ୍ରାଚ୍ୟରେ ବଢ଼ୁଛି ଉତ୍ତେଜନା ଇସ୍ରାଇଲ ଉପରେ ଇରାନ ଏବଂ ହିଜବୋଲାର ଆକ୍ରମଣ
ନୂଆଦିଲ୍ଲୀ() ଇସ୍ରାଏଲ ଉପରେ ଇରାନ ଏବଂ ହିଜବୋଲା ଏକକାଳୀନ ଆକ୍ରମଣ କରିଛନ୍ତି। ଏହା ସହ ପ୍ରତିଶୋଧମୂଳକ ଆକ୍ରମଣ ହେଲେ ଧ୍ୱଂସର ଚେତାବନୀ ଦେଇଛି ଇରାନ। ମଧ୍ୟପ୍ରାଚ୍ୟର ପରିସ୍ଥିତି ପୁଣି ଥରେ ବିସ୍ଫୋରକ ହୋଇପଡ଼ିଛି। ଲେବାନନ୍ ଉପରେ ଇସ୍ରାଏଲୀ ଆକ୍ରମଣ ମଧ୍ୟରେ, ଇରାନ ଏବଂ ହିଜବୋଲା ଏକକାଳୀନ ଇସ୍ରାଏଲ ଉପରେ କ୍ଷେପଣାସ୍ତ୍ର ଏବଂ ଡ୍ରୋନ୍ ନିକ୍ଷେପ କରିଛନ୍ତି। ଫଳରେ ଇସ୍ରାଏଲରେ ସାଇରନ୍ ବାଜି ଉଠିଥିବାବେଳେ ଏବଂ ବାୟୁ ପ୍ରତିରକ୍ଷା ପ୍ରଣାଳୀକୁ ସକ୍ରିୟ କରିଥିଲା। ଇରାନ ଏହାକୁ ଲେବାନନ ଉପରେ ଆକ୍ରମଣର ଜବାବ ବୋଲି କହିଛି। ଯେତେବେଳେ ଇସ୍ରାଏଲ ସମସ୍ତ କ୍ଷେପଣାସ୍ତ୍ରକୁ ପ୍ରତିହତ କରିଥିବା ନେଇ ଦାବି କରିଛି। ରବିବାର ବିଳମ୍ବିତ ରାତିରେ, ଇସ୍ରାଏଲ ଉପରେ ଦୁଇଟି ଦିଗରୁ ଏକକାଳୀନ ଆକ୍ରମଣ ହୋଇଥିଲା। ଇରାନ ଇସ୍ରାଏଲ ଉପରେ କ୍ଷେପଣାସ୍ତ୍ର ମାଡ଼ କରିଥିଲା, ଯେତେବେଳେ ହିଜବୋଲା ମଧ୍ୟ ଲେବାନନରୁ କ୍ଷେପଣାସ୍ତ୍ର ଏବଂ ଡ୍ରୋନ୍ ମାଡ଼ କରିଥିଲା। ଏହା ପରେ ଇସ୍ରାଇଲର ପ୍ରତିରକ୍ଷା ବାହିନୀ ପୁରା ଆଲର୍ଟ ହୋଇଯାଇଥିଲା। ପରେ ବିଭିନ୍ନ ସହରରେ ସାଇରନ୍ ବାଜି ଉଠିଥିଲା। ସୂଚନା ଅନୁସାରେ ଇସ୍ରାଇଲ ଉପରେ ଇରାନ 4ଟି ମିଶାଇଲ ମାଡ଼ କରିଥିଲା। ତେବେ ଏପ୍ରିଲ ମାସର ସଂଘର୍ଷ ପରେ ଇରାନ ଏହା ପ୍ରଥର ମିଶାଇଲ ମାଡ଼ ବୋଲି ଇସ୍ରାଇଲ ସ୍ପଷ୍ଟ କରିଛି। ଲେବାନନ ଉପରେ ଇସ୍ରାଇଲ ଘନ ଘନ ଡ୍ରୋନ ଆକ୍ରମଣ କରିବା ପରେ ଇରାନ ପ୍ରତିଶୋଧ ମୂଳକ ହୋଇ ଏହି ଆକ୍ରମଣ କରିଛି। ଲେବାନନର ପରିସ୍ଥିତି ଯୋଗୁଁ ଇସ୍ରାଏଲ ଉପରେ ଏହି ଆକ୍ରମଣ କରାଯାଇଛି। ଇରାନ ଚାହୁଁଛି ଯେ ଇସ୍ରାଏଲ ଲେବାନନ ବିରୁଦ୍ଧରେ ତାର ସାମରିକ କାର୍ଯ୍ୟାନୁଷ୍ଠାନ ବନ୍ଦ କରୁ। ତଥାପି, ଇସ୍ରାଏଲ ହିଜବୋଲ୍ଲା ଏବଂ ସେଠାକାର ଅନ୍ୟାନ୍ୟ ସ୍ଥାନଗୁଡ଼ିକୁ ଟାର୍ଗେଟ କରୁଛି। ଏହାର ଯବାବରେ ଇରାନ ଆକ୍ରମଣ କରିଥିବାବେଳେ କହିଛି, ପ୍ରତିଶୋଧମୂଳକ ଆକ୍ରମଣ ହେଲେ ଧ୍ୱଂସ କରାଯିବ ବୋଲି ଚେତାବନୀ ଦେଇଛି।

