ତାଜା ଖବରରାଜ୍ୟ

ଆଇପିଏସ୍ ସ୍ତରରେ ବଡ଼ ଅଦଳବଦଳ ୧୮ ଜଣ ବରିଷ୍ଠ ଆଇପିଏସଙ୍କୁ ନୂଆ ଦାୟିତ୍ବ

ଭୁବନେଶ୍ବର, ୨୪|୫(ବ୍ୟୁରୋ): ରାଜ୍ୟର ୧୮ ଜଣ ବରିଷ୍ଠ ଆଇପିଏସ ଏବଂ ଓପିଏସ ଅଧିକାରୀଙ୍କୁ ନୂଆ ଦାୟିତ୍ବ ମିଳିଛି । ଆଇପିଏସ ସ୍ତରରେ ବଡ଼ ଧରଣର ଅଦଳବଦଳ ହୋଇଥିବାବେଳେ ସ୍ଥାନାନ୍ତର କରାଯାଇ ନୂତନ ପଦବୀରେ ଅବସ୍ଥାପିତ କରାଯାଇଛି। ନବରଙ୍ଗପୁର ଏସପି ମଡକର ସନ୍ଦୀପ ସମ୍ପତଙ୍କୁ କଟକ ସିଆଇଡି-ସିବିର ଡିଆଇଜି ଭାବେ ବଦଳି କରାଯାଇଛି। ସେହିପରି କଟକ ସିଆଇଡି – ସିବି ଏସପି ପରମାର ସ୍ମିତ ପୁରୁଷୋତ୍ତମ ଦାସଙ୍କୁ ନୟାଗଡ଼ ଏସପି, ଖୋର୍ଦ୍ଧା ଏସପି ବିବେକାନନ୍ଦ ଶର୍ମାଙ୍କୁ କଟକ ସିଆଇଡି-ସିବି ଏସପି, ରାୟଗଡ଼ ଏସପି ସ୍ୱାତୀ ଏସ. କୁମାରଙ୍କୁ ଭୁବନେଶ୍ୱର ଏଟିଏଫ ଏସପି ଏବଂ ବରଗଡ଼ ଏସପି ପ୍ରହ୍ଲାଦ ସହାୟ ମୀନାଙ୍କୁ ଗଜପତି ଏସପି ଭାବେ ନିଯୁକ୍ତି ମିଳିଛି। ସେହିପରି ନୟାଗଡ଼ ଏସପି ଏସ. ସୁଶ୍ରୀଙ୍କୁ ଭିଜିଲାନ୍ସ ଏସପି, ସ୍ପେଶାଲ ବ୍ରାଞ୍ଚ ଏସପି ରାଜ ପ୍ରସାଦଙ୍କୁ ରାୟଗଡ଼ ଏସପି, ଗଞ୍ଜାମ ଏସପି ଶୁଭେନ୍ଦୁ କୁମାର ପାତ୍ରଙ୍କୁ ଖୋର୍ଦ୍ଧା ଏସପି, ବୌଦ୍ଧ ଏସପି ରାହୁଲ ଗୋୟଲଙ୍କୁ ସ୍ପେଶାଲ ବ୍ରାଞ୍ଚ ଏସପି ଏବଂ କନ୍ଧମାଳ ଏସପି ହରିଶା ବି. ସି.ଙ୍କୁ ଗଞ୍ଜାମ ଏସପି ଭାବେ ବଦଳି କରାଯାଇଛି। ଅନ୍ୟପଟେ ଭଦ୍ରକର ଅତିରିକ୍ତ ଏସପି କାଶ୍ୟପ ପାର୍ଥ ଜଗଦୀଶଙ୍କୁ ନବରଙ୍ଗପୁର ଏସପି ଏବଂ ରାୟଗଡ଼ାର ଅତିରିକ୍ତ ଏସପି ରମେନ୍ଦ୍ର ପ୍ରସାଦଙ୍କୁ କନ୍ଧମାଳ ଏସପି ଭାବେ ପଦୋନ୍ନତି ସହ ନୂଆ ଦାୟିତ୍ୱ ଦିଆଯାଇଛି। ରାଜ୍ୟପାଳଙ୍କ ଏଡିସି କୁଲଦୀପ ମୀନାଙ୍କୁ ବୌଦ୍ଧ ଏସପି କରାଯାଇଥିବା ବେଳେ କଟକ ୟୁପିଡିର ଏସିପି ଅନନ୍ୟା ଅୱସ୍ତିଙ୍କୁ ରାଜ୍ୟପାଳଙ୍କ ନୂତନ ଏଡିସି ଭାବେ ଅବସ୍ଥାପିତ କରାଯାଇଛି। ଏହା ସହିତ ଓପିଏସ ଅଧିକାରୀମାନଙ୍କ ମଧ୍ୟରେ, କଟକ ସିଆଇ-ସିବି ଏସପି ଶ୍ରୀ କୃଷ୍ଣ ପ୍ରସାଦ ପଟ୍ଟନାୟକଙ୍କୁ ସିଗନାଲ୍ସ ଏସପି, ଭୁବନେଶ୍ୱର ଏସଟିଏଫ ଏସପି ରବୀନ୍ଦ୍ର ନାଥ ଶତପଥୀଙ୍କୁ ବରଗଡ଼ ଏସପି, ସ୍ପେଶାଲ ବ୍ରାଞ୍ଚ ଏସପି କୃଷ୍ଣ ପ୍ରସାଦ ଦାସଙ୍କୁ ରାଉରକେଲା ଏସଆରପି ଏବଂ ଭୁବନେଶ୍ୱର-କଟକ ୟୁପିଡିର ଡିସିପି କିଶୋର ଚନ୍ଦ୍ର ମୁଣ୍ଡଙ୍କୁ ଦେବଗଡ଼ ଏସପି ଭାବେ ବଦଳି କରାଯାଇଛି।

Leave a Reply

Your email address will not be published. Required fields are marked *