ଏକ୍ସ’କୁ ଦିଲ୍ଲୀ ହାଇକୋର୍ଟଙ୍କ ନୋଟିସ
ନୂଆଦିଲ୍ଲୀ, ୨୯|୫: କକ୍ରୋଚ ଜନତା ପାର୍ଟି ତଥା ସିଜେପି ପ୍ରତିଷ୍ଠାତାଙ୍କ ସୋସିଆଲ ମିଡିଆ ଏକ୍ସ’ ଆକାଉଣ୍ଟ ବ୍ଲକ କରିବା ଏବେ ମହଙ୍ଗା ପଡ଼ିଲା। ଏହି ମାମଲାରେ ସୋସିଆଲ ମିଡିଆ ଏକ୍ସ’କୁ ନୋଟିସ କରିଛନ୍ତି ଦିଲ୍ଲୀ ହାଇକୋର୍ଟ । କକ୍ରୋଚ ଜନତା ପାର୍ଟି ତଥା ସିଜେପି ପ୍ରତିଷ୍ଠାତାଙ୍କ ଅଭିଯୋଗର ଶୁଣାଣି କରି ଏହି ନୋଟିସ କରିଛନ୍ତି। ଏକ୍ସ ସହ କେନ୍ଦ୍ର ସରକାରଙ୍କୁ ମଧ୍ୟ ନୋଟିସ ଜାରି କରାଯାଇଛି। ସିଜେପି ପ୍ରତିଷ୍ଠାତା ଅଭିଜିତ ଦୀପକେ ତାଙ୍କ ସୋସିଆଲ ମିଡିଆ ଏକ୍ସ’ ଆକାଉଣ୍ଟ ବ୍ଲକ କରାଯାଇଥିବା ନେଇ ଦିଲ୍ଲୀ ହାଇକୋର୍ଟରେ ମାମଲା ଦାୟର କରିଥିଲେ। ଏହାର ଶୁଣାଣି କରି କେଉଁ ଆଧାରରେ ଆକାଉଣ୍ଟ ବ୍ଲକ କରାଯାଇଛି ବୋଲି ଏକ୍ସ’ କୁ ନୋଟିସ କରିଛନ୍ତି ହାଇକୋର୍ଟ।

