ଭଙ୍ଗା ହେଲା ମେସିଙ୍କ ୭୦ ଫୁଟର ମୂର୍ତ୍ତି
କୋଲକାତା, ୨୮|୫ : କୋଲକାତାରେ ନିର୍ମାଣ କରାଯାଇଥିବା ଆର୍ଜେଣ୍ଟିନାର ମହାନ ଫୁଟ୍ବଲ୍ ତାରକା ଲିଓନେଲ ମେସିଙ୍କ ଏକ ୭୦ ଫୁଟ ଉଚ୍ଚର ମୂର୍ତ୍ତିକୁ ଭାଙ୍ଗି ଦିଆଯାଇଛି। ସୁରକ୍ଷା କାରଣରୁ ଏଭଳି କରାଯାଇଥିବା ସେଠାକାର ନୂଆ ସରକାର ସୂଚନା ଦେଇଛନ୍ତି। ଏହି ମୂର୍ତ୍ତିଟି ମେସିଙ୍କ ବହୁ ଚର୍ଚ୍ଚିତ ଭାରତ ଗସ୍ତ ବେଳେ ନିର୍ମାଣ କରାଯାଇଥିଲା। ଏଥିଲାଗି ୨୭ ଦିନର ସମୟ ଲାଗିଥିଲା। ତେବେ ଟିକିଏ ବି ଜୋରରେ ପବନ ବହିଲେ ମୂର୍ତ୍ତିଟି ହଲୁଥିବାରୁ ଏହାକୁ କୋଲକାତା ନଗର ନିଗମ ବିପଦପୂର୍ଣ୍ଣ ଶ୍ରେଣୀରେ ସାମିଲ କରିଥିଲା। କେତେବେଳେ ମୂର୍ତ୍ତିଟି ପଡ଼ିଯିବାର ଆଶଙ୍କା ଥିବାବେଳେ ଏକ ବଡ଼ ଅଘଟଣକୁ ଏଡ଼ାଇବା ପାଇଁ ଏଭଳି ନିଷ୍ପତ୍ତି ନିଆଯାଇଛି। ଲୋକଙ୍କ ସୁରକ୍ଷା ପାଇଁ ମେସିଙ୍କ ୭୦ ଫୁଟ ଉଚ୍ଚର ମୂର୍ତ୍ତି ଭଙ୍ଗା ଯାଇଥିବା ସୂଚନା ଦିଆଯାଇଛି।

