ଜାତୀୟତାଜା ଖବର

ସୁପ୍ରିମକୋର୍ଟରେ ନିଟ୍୍ ପେପର ଲିକ ମାମଲା ଏନଟିଏକୁ ଭର୍ତ୍ସନା, କେନ୍ଦ୍ରକୁ ନୋଟିସ ତିନି ଦିନରେ ସତ୍ୟପାଠ ଦାଖଲ ପାଇଁ ତାଗିଦ

ନୂଆଦିଲ୍ଲୀ, ୨୫|୫: ନିଟ୍‌ -ୟୁଜି ପ୍ରଶ୍ନପତ୍ର ଲିକ୍‌ ଏବଂ ଅନିୟମିତତା ମାମଲାରେ ସର୍ବୋଚ୍ଚ ଅଦାଲତ କେନ୍ଦ୍ର ସରକାର ଓ ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି(ଏନଟିଏ)କୁ ତୀବ୍ର ଭର୍ତ୍ସନା କରିଛନ୍ତି। ପରୀକ୍ଷା ପରିଚାଳନାରେ ହୋଇଥିବା ତ୍ରୁଟି ଏବଂ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସହିତ ଖେଳାଯାଇଥିବାରୁ ଏହାକୁ ଦୃଢ଼ ବିରୋଧ କରାଯାଇଛି। ଏହି ମାମଲାରେ କେନ୍ଦ୍ରକୁ ମଧ୍ୟ ଜବାବ ଦାଖଲ ପାଇଁ  ସୁପ୍ରିମକୋର୍ଟ ନୋଟିସ କରିଛନ୍ତି। ପୂର୍ବର ପେପର ଲିକ୍୍ ଘଟଣାରୁ ଏନଟିଏ କିଛି ଶିକ୍ଷି ପାରିଲା ନାହିଁ ବୋଲି ସୁପ୍ରିମକୋର୍ଟ କହିଛନ୍ତି। ଏନ୍୍ଟିଏକୁ ତିନି ଦିନ ମଧ୍ୟରେ ସତ୍ୟପାଠ ଦାଖଲ କରିବାକୁ ତାଗିଦ କରାଯାଇଛି। ସିବିଆଇକୁ ମଧ୍ୟ ତଦନ୍ତ ବାବଦରେ ଅବଗତ କରାଇବାକୁ କହିଛନ୍ତି ସୁପ୍ରିମକୋର୍ଟ। ଏନଟିଏକୁ ପରୀକ୍ଷା ପରିଚାଳନାରୁ ବାଦ ଦେବାକୁ ପିଟିସନ ଉପରେ ତାଗିଦ କରିଛନ୍ତି ସର୍ବୋଚ୍ଚ ଅଦାଲତ। ଏଫଏଆଇଏମଏ ଓ ୟୁଡିଏଫ ପକ୍ଷରୁ ସୁପ୍ରିମକୋର୍ଟରେ ଏ ମାମଲାରେ ଆବେଦନ କରାଯାଇଥିଲା। ନିଟ ପେପର ଲିକ ପରେ ଜୁନ ୨୧ରେ ସାନି ପରୀକ୍ଷା ପାଇଁ ଦିନ ଧାର୍ଯ୍ୟ କରାଯାଇଛି। ନିଟ ପେପର ଲିକ ନେଇ ସାରା ଦେଶରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।

 

Leave a Reply

Your email address will not be published. Required fields are marked *