ତାଜା ଖବରରାଜ୍ୟ

ମୁଖ୍ୟମନ୍ତ୍ରୀଙ୍କ ୨ ଦିନିଆ ଦିଲ୍ଲୀ ଗସ୍ତ

ଭୁବନେଶ୍ବର, ୨୫|୫(ବ୍ୟୁରୋ):  ୨ ଦିନିଆ ଦିଲ୍ଲୀ ଗସ୍ତରେ ଯାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ, ସାଙ୍ଗଠନିକ ମନ୍ତ୍ରୀ ମନସ ମହାନ୍ତି ପ୍ରମୁଖ ଦିଲ୍ଲୀ ଯାଇଛନ୍ତି। ସେଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃମନ୍ତ୍ରୀ ଅମିତ, ରାଷ୍ଟ୍ରୀୟ ବିଜେପି ଅଧ୍ୟକ୍ଷ ନୀତିନ ନବୀନ, ରାଷ୍ଟ୍ରୀୟ ବିଜେପି ସାଙ୍ଗଠନିକ ଅଧ୍ୟକ୍ଷ , ଓଡ଼ିଶା ପ୍ରଭାରୀ ବିଜୟ ପାଲସିଂହ ତୋମାର ପ୍ରମୁଖଙ୍କୁ ଭେଟି ରାଜ୍ୟ ମନ୍ତ୍ରିମଣ୍ଡଳ ସଂମ୍ପ୍ରସାରଣ, ବୋର୍ଡ ନିଗମ, ପଦବୀ ପୂରଣ ଏବଂ ରାଜ୍ୟ ଉନ୍ନୟନ ମୂଳକ କାର୍ଯ୍ୟ, ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ରଣ ନୀତି ନେଇ ଆଲୋଚନା କରିବେ।  କେନ୍ଦ୍ରୀୟ ପ୍ରତିନିଧିଙ୍କ ସହ ଗୁରୁତ୍ବପୂର୍ଣ୍ଣ ଆଲୋଚନା କରିବା ସହ ବିଭିନ୍ନ ଉନ୍ନୟନ ମୂଳକ ପ୍ରକଳ୍ପ ନେଇ ଚର୍ଚ୍ଚା କରିବାର କାର୍ଯ୍ୟକ୍ରମ ରହିଛି।  ଦିଲ୍ଲୀ ଗସ୍ତ ଅବସରରେ କିଛି  କେନ୍ଦ୍ରୀୟ ମନ୍ତ୍ରୀଙ୍କ ସହିତ ମଧ୍ୟ ସାକ୍ଷାତ କରିବାର କାର୍ଯ୍ୟକ୍ରମ ରହିଛି।

Leave a Reply

Your email address will not be published. Required fields are marked *