ମୋହନାରେ ଝଡ଼ବର୍ଷାର ତାଣ୍ଡବ, ଉଡ଼ିଗଲା ଘରର ଟିଣ ଛପର
ମୋହନା, ୧୨|୬(ସ.ପ୍ର): ଗଜପତି ଜିଲ୍ଲା ମୋହନାରେ କାଳବୈଶାଖୀର କରାଳ ରୂପ ଦେଖିବାକୁ ମିଳିଛି। କାଳବୈଶାଖୀ ଝଡ଼ରେ ଘରର ଟିଣ ଛପର ଉଡ଼ି ଯାଇଥିବାବେଳେ, ଉପୁଡ଼ି ପଡ଼ିଛି ବଡ଼ ବଡ଼। ବିଭିନ୍ନ ସ୍ଥାନରେ ତାର ଛିଣ୍ଡି ବିଦ୍ୟୁତ୍ ସରବରାହ ବିଚ୍ଛିନ୍ନ। ଗଜପତି ଜିଲ୍ଲା ମୋହନା ଅଞ୍ଚଳରେ ଝଡ଼ବର୍ଷାର ତାଣ୍ଡବ ଦେଖିବାକୁ ମିଳିଛି । ପ୍ରଭାବରେ ଗୋବିନ୍ଦପୁର ଅଞ୍ଚଳରେ ବ୍ୟାପକ କ୍ଷତି ହୋଇଛି । ଗୋବିନ୍ଦପୁର ଓ ଖ୍ରୀଷ୍ଟପୂର୍ ଗାଁରେ ୬ ଜଣଙ୍କ ଘରର ଟିଣ ଚ୍ଛପର ଉଡ଼ିଯାଇଥିବାବେଳେ ପୂତୁଲିପଙ୍କା ଗାଁରେ ମଧ୍ୟ ପ୍ରାୟ ୪ ଜଣ ପରିଵାରର ଟିଣ ଛପର ଉଡ଼ିଯାଇଛି । ସେପଟେ, ଅଶୋକ ନାୟକଙ୍କ ଘର ଉପରେ ଗଛ ଉପୁଡ଼ି ପଡ଼ିବାରୁ ବଡ଼ ଅଘଟଣରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି ତାଙ୍କ ପରିବାର । ଘର ଉପରେ ଗଛ ପଡି ଘରର କିଛି ଅଂଶ ଭାଙ୍ଗିଯାଇଛି । ବିଭିନ୍ନ ସ୍ଥାନରେ ବିଦ୍ୟୁତ୍ ତାର ଛିଣ୍ଡି ବିଦ୍ୟୁତ୍ ସରବରାହ ବିଚ୍ଛିନ୍ନ ହୋଇଯାଇଛି ।

