ଜାତୀୟତାଜା ଖବର

ରଜ ପାଇଁ ‘ପିଠା ଅନ୍ ହ୍ୱିଲ୍ସ’ ଆରମ୍ଭ

ଭୁବନେଶ୍ବର: ରଜ ଉପଲକ୍ଷେ ରାଜଧାନୀ ଭୁବନେଶ୍ୱରରେ ଆରମ୍ଭ ହୋଇଛି “ପିଠା ଅନ୍ ହ୍ୱିଲ୍ସ” କାର୍ଯ୍ୟକ୍ରମ । ସୁସଜ୍ଜିତ ବିଶେଷ ଭ୍ୟାନ୍‌ରେ ମିଳିବ ପୋଡ଼ ପିଠା, ମଣ୍ଡା ପିଠା, ଆରିସା ପିଠା ପରି ପାରମ୍ପରିକ ରଜ ପିଠା । ଉପ ମୁଖ୍ୟମନ୍ତ୍ରୀ ତଥା ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ପ୍ରଭାତୀ ପରିଡ଼ା ଯୋଗଦେଇ ସୁଭଦ୍ରା ଶକ୍ତି ବଜାରରେ ଏହାର ଉଦଘାଟନ କରିଛନ୍ତି । ଏଥର ରଜରେ ମହିଳାମାନଙ୍କୁ ଗାଁର ଅନୁଭୂତି ଦେବାକୁ ସୁଭଦ୍ରା ଶକ୍ତି ବଜାରରେ ରଜ ମହୋତ୍ସବ ୨୦୨୬ ଆୟୋଜନ  କରାଯାଉଛି। ଯେଉଁଠି ପାରମ୍ପରିକ ପିଠାଠୁ ଆରମ୍ଭ କରି, ଦୋଳି ଓ ମେହେନ୍ଦିର ବ୍ୟବସ୍ଥା ବି ହୋଇଛି । ଏହି ଅବସରରେ ଆଜି ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ବି ରଜର ଏହି ମାହୋଲରେ ନିଜକୁ ସାମିଲ କରି, ହାତରେ ମେହେନ୍ଦି ଲଗାଇ, ପୋଡ଼ ପିଠା ଖାଇ, ଦୋଳି ଖେଳି ଏହି ଗଣ ପର୍ବକୁ ସ୍ବାଗତ କରିଛନ୍ତି ।

Leave a Reply

Your email address will not be published. Required fields are marked *