ଜାତୀୟତାଜା ଖବର

୨ ଟିଏମସି ବିଧାୟକ ନିଲମ୍ବିତ

ନୂଆଦିଲ୍ଲୀ: ପଶ୍ଚିମବଙ୍ଗରେ ବଡ଼ ପରାଜୟ ପରେ ମଧ୍ୟ ଆକ୍ସନ ମୁଡରେ ଟିଏମସି ମୁଖ୍ୟ ମମତା ବାନାର୍ଜୀ । ଜାଲ୍ ଦସ୍ତଖତ ମାମଲାରେ ନେଇଛନ୍ତି କଡ଼ା ଆକ୍ସନ । ଏହି ମାମଲାରେ ସେ ଦୁଇଜଣ ଟିଏମସି ବିଧାୟକଙ୍କୁ ନିଲମ୍ବିତ କରିଛନ୍ତି । ରିତୋବ୍ରତ ବାନାର୍ଜୀ ଏବଂ ସନ୍ଦିପନ ଶାହାଙ୍କୁ ଟିଏମସିରୁ ସସପେଣ୍ଡ କରିଛନ୍ତି ମମତା । ରିତୋବ୍ରତ ବାନାର୍ଜୀ ପୂର୍ବ ଇଲୁବେରିଆରୁ ବିଧାୟକ ରହିଥିବାବେଳେ ସନ୍ଦିପନ ଏଣ୍ଟାଲିରୁ ବିଧାୟକ ରହିଛନ୍ତି । ଏହି ଦୁଇ ବିଧାୟକଙ୍କ ନାମରେ ଗମ୍ଭୀର ଆରୋପ ଲଗାଯାଇଛି । ଅନୁଷ୍ଠିତ ବୈଠକରେ ଉପସ୍ଥିତ ନଥିବା ବିଧାୟକଙ୍କ ଜାଲ୍ ଦସ୍ତଖତ କରିଥିବା ଅଭିଯୋଗ ହୋଇଥିଲା । ଏକ ପ୍ରସ୍ତାବ ଉପରେ ଏହି ଦୁଇ ବିଧାୟକ ଅନୁପସ୍ଥିତ ସଦସ୍ୟଙ୍କ ଦଖଖତ କରିଥିବା ଏକ ଗମ୍ଭୀର ଅଭିଯୋଗ ବୋଲି କୁହାଯାଇଥିବା ଟିଏମସି ପକ୍ଷରୁ କାର୍ଯ୍ୟାନୁଷ୍ଠାନ ନିଆଯାଇଛି ।

Leave a Reply

Your email address will not be published. Required fields are marked *