ଜାତୀୟତାଜା ଖବର

ବହୁଚର୍ଚ୍ଚିତ ସୌମ୍ୟ ହତ୍ୟା ମାମଲା ଭୁବନେଶ୍ବରେ ଦୁଇ ଜଣିଆ ଏନଏଚଆରସି ଟିମ୍

ଭୁବନେଶ୍ୱର : ବହୁଚର୍ଚ୍ଚିତ ବାଲିଅନ୍ତା ସୌମ୍ୟରଞ୍ଜନ ସ୍ୱାଇଁ ହତ୍ୟା ମାମଲାର ସରଜମିନ୍ ତଦନ୍ତ କରିବ ଜାତୀୟ ମାନବ ଅଧିକାର ଆୟୋଗ ତଥା  ଏନ୍ଏଚ୍ଆରସି ଟିମ୍ । ଆୟୋଗଙ୍କ ୨ଜଣ ଅଧିକାରୀ ତଦନ୍ତ ପାଇଁ ଭୁବନେଶ୍ୱରରେ ପହଞ୍ଚିଛନ୍ତି । ରାଜେନ୍ଦ୍ର ସିଂ ଓ ଅବିନାଶ କୁମାର ଆଜିଠୁ ୫ ତାରିଖ ଯାଏ ପୁରା ଘଟଣାର ତଦନ୍ତ କରିବେ । ଏନ୍ଏଚ୍ଆରସି ଟିମ୍ ପ୍ରଥମେ ଅପରାଧସ୍ଥଳ ପରିଦର୍ଶନ କରିବ। ପରେ ପୁଲିସ କମିଶନର, ଭୁବନେଶ୍ୱର ୟୁପିଡି ଡିସିପି, ସରକାରୀ ରେଳବାଇ ପୁଲିସ (ଜିଆର୍ପି)ର ଏସପି, ବାଲିଅନ୍ତା ଥାନା ଅଧିକାରୀ, ମାମଲାର ତଦନ୍ତକାରୀ ଅଧିକାରୀଙ୍କୁ ଜେରା କରାଯିବ। ୨ ଜଣିଆ ଟିମ୍ ୫ ଦିନ ଧରି ସରକାରୀ ଅତିଥି ଭବନ କିମ୍ବା ସର୍କିଟ୍ ହାଉସ୍‌ରେ ସମସ୍ତଙ୍କୁ ଜେରା କରିବେ। ମାମଲା ସମ୍ପର୍କୀତ ସମସ୍ତ ରିପୋର୍ଟ ଯଥାଶୀଘ୍ର ଟିମକୁ ହସ୍ତାନ୍ତର କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

Leave a Reply

Your email address will not be published. Required fields are marked *