ଜାତୀୟତାଜା ଖବରରାଜ୍ୟ

କେରଳମ୍‌ର ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ଘରେ ଇଡି ରେଡ୍

ଥିରୁଅନନ୍ତପୁରମ, ୨୭|୫: କେରଳମ୍‌ର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ପିନାରାଇ ବିଜୟନ୍‌ଙ୍କ ଘରେ ଇଡି ରେଡ୍ ହୋଇଛି। ତାଙ୍କ ବାସଭବନ ସମେତ ୧୦ଟି ସ୍ଥାନରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଚଢଉ ହୋଇଥିବା ସୂଚନା ମିଳିଛି। କୋଚିନ୍ ମିନେରାଲ୍ସ ଆଣ୍ଡ ରୁଟାଇଲ୍ ଲିମିଟେଡ୍ ମାମଲାରେ ରେଡ୍ ହୋଇଥିବା ଜଣାପଡିଛି। ସୂଚନା ଅନୁସାରେ, ଆଜି ଭୋର୍ ସମୟରେ କେରଳର ପୂର୍ବତନ ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନଙ୍କ ବାସଭବନରେ ମନି ଲଣ୍ଡରିଂ ମାମଲାକୁ ନେଇ ଚଢାଉ କରାଯାଇଥିଲା। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ ମୋଟ ୧୦ ଟି ସ୍ଥାନରେ ଏହି ରେଡ୍ କରାଯାଇଛି। ତଦନ୍ତକାରୀ ସଂସ୍ଥା ତିରୁଅନନ୍ତପୁରମରେ ପିନାରାଇ ବିଜୟନଙ୍କ ଭଡା ଘରେ ମଧ୍ୟ ଚଢଉ କରିଛି। ୨୦୧୭ ରୁ ୨୦୨୦ ମଧ୍ୟରେ କୌଣସି ସେବା ପ୍ରଦାନ ନକରି ଏକ୍ସାଲୋଜିକ୍ କୋଚିନ୍‌ ମିନେରାଲ୍ସ ଠାରୁ ୧.୭୨ କୋଟି ଟଙ୍କା ପାଇଥିବା ରିପୋର୍ଟରେ ଦାବି କରାଯିବା ପରେ ଅଗଷ୍ଟ ୨୦୨୩ରେ ଏହି ଅଭିଯୋଗ ପ୍ରଥମେ ସାମ୍ନାକୁ ଆସିଥିଲା। କେନ୍ଦ୍ର ସିରିୟସ୍ ଫ୍ରଡ୍ ଇନଭେଷ୍ଟିଗେସନ୍ ଅଫିସ୍ (ଏସ୍‌ଏଫ୍‌ଆଇଓ) କୁ ଏକ ବିସ୍ତୃତ ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଥିଲା। ଏପ୍ରିଲ ୨୦୨୫ରେ କେନ୍ଦ୍ର କର୍ପୋରେଟ୍ ବ୍ୟାପାର ମନ୍ତ୍ରଣାଳୟ କଥିତ ବେଆଇନ ଦେୟ ସମ୍ପର୍କରେ ଝିଅ ଟି ବୀଣାଙ୍କ ବିରୋଧରେ ମାମଲା ରୁଜୁ କରିବାକୁ ଅନୁମୋଦନ କରିଥିଲା। ବୀଣାଙ୍କୁ କମ୍ପାନି ଆଇନ, ୨୦୧୩ର ଧାରା ୪୪୭ ଅନୁଯାୟୀ ଅଭିଯୁକ୍ତ କରାଯାଇଛି। ଏହି ଅପରାଧ ପାଇଁ ଛଅ ମାସରୁ ୧୦ ବର୍ଷ ପର୍ଯ୍ୟନ୍ତ ଜେଲ ଦଣ୍ଡ ଏବଂ କଥିତ ଠକେଇର ତିନି ଗୁଣ ପର୍ଯ୍ୟନ୍ତ ଜରିମାନା ହୋଇପାରେ।

Leave a Reply

Your email address will not be published. Required fields are marked *