ଜାତୀୟତାଜା ଖବରରାଜ୍ୟ

୪ ଏଆଇଏଡିଏମକେ ବିଧାୟକଙ୍କ ଇସ୍ତଫା ପ୍ରସଙ୍ଗ ଟଙ୍କା କାରବାର ଅଭିଯୋଗ, ସିବିଆଇ ତଦନ୍ତ ଦାବି

ଚେନ୍ନାଇ,୨୮|୫(ସପ୍ର): ନବ ନିର୍ବାଚିତ ୪ ଏଆଇଏଡିଏମକେ ବିଧାୟକଙ୍କ ଇସ୍ତଫା ପ୍ରସଙ୍ଗରେ ସିବିଆଇ ତଦନ୍ତ ଦାବି କରିଛନ୍ତି ସାଂସଦ ଏମ୍ ଧନପାଲ। ତାଙ୍କ ଦଳର ଚାରି ନବନିର୍ବାଚିତ ବିଧାୟକଙ୍କ ଇସ୍ତଫାର ପଛରେ ବଡ଼ ଧରଣରେ ଟଙ୍କା କାରବାର ହୋଇଥିବା ଅଭିଯୋଗ ହୋଇଛି। ଏନେଇ ସିବିଆଇ ତଦନ୍ତ କଲେ ପ୍ରକୃତ ଘଟଣା ପଦାକୁ ଆସିବ ବୋଲି ସେ କହିଛନ୍ତି।  ଏଆଇଏଡିଏମକେ ବିଧାୟକ ପଦ ଛାଡିବା ପରେ ତୁରନ୍ତ ଶାସକ ଟିଭିକେରେ ଯୋଗ ଦେଇଥିଲେ। ସେ ଏହା ମଧ୍ୟ ଅଭିଯୋଗ କରିଛନ୍ତି ଯେ ଚାରି ଜଣ ଏଆଇଏଡିଏମକେ ବିଧାୟକଙ୍କ ଇସ୍ତଫା ପଛରେ ଏକ ବଡ଼ ପରିମାଣର ଟଙ୍କା ବିନିମୟ ହୋଇଥିଲା।

Leave a Reply

Your email address will not be published. Required fields are marked *