ନୋଇଡାରେ ୨୧ ମହଲା କୋଠାରେ ଲାଗିଲା ନିଆଁ, ଏସି ବିସ୍ଫୋରଣ ସନ୍ଦେହ
ନୋଇଡ଼ା: ଉତ୍ତରପ୍ରଦେଶ ନୋଇଡାର ହାଇ-ରାଇଜ୍ ଭବନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ନୋଇଡାର ଆରଣ୍ୟ ସୋସାଇଟି ସେକ୍ଟର-୧୧୯ର ଏକ ଆବାସିକ ଟାୱାରର ୨୧ ମହଲାରେ ସୋମବାର ଭୟଙ୍କର ନିଆଁ ଲାଗିଛି। ଆଜି ସକାଳୁ ସକାଳୁ ଏସି ବିସ୍ଫୋରଣ ଯୋଗୁ ଅଗ୍ନି ଲାଗିଥିବା ସନ୍ଦେହ କରାଯାଉଛି। ନିଆଁ ଲିଭାଇବାକୁ ଘଟଣାସ୍ଥଳରେ ୬ ଟି ଅଗ୍ନିଶମ ଗାଡି ନିୟୋଜିତ ହୋଇଛି। ପ୍ରାଥମିକ ସୂଚନା ମୁତାବକ, ନିଆଁ ଲାଗିଥିବା ଘରେ କେହି ଫସି ନାହାନ୍ତି କିନ୍ତୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ତୁରନ୍ତ ଉଦ୍ଧାର ଓ ରିଲିଫ୍ କାର୍ଯ୍ୟ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ନିଆଁ ଏସି ବିସ୍ଫୋରଣ ଯୋଗୁ ଲାଗିଛି ନା ଅନ୍ୟ କିଛି କାରଣ ଅଛି ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ ।

