ଧର୍ମରାଜ୍ୟ

ଶ୍ରୀମନ୍ଦିରରେ ଚମ୍ପକ ଦ୍ୱାଦଶୀ

ପୁରୀ : ଆଜି ଜ୍ୟେଷ୍ଠ ଶୁକ୍ଳ ଦ୍ୱାଦଶୀ ତିଥି ଅବସରରେ ଶ୍ରୀମନ୍ଦିରରେ ଗୁଆଲି ଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଗୁରୁବାର ବିଳମ୍ବିତ ରାତିରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ବିବାହ ଉତ୍ସବ ସମ୍ପନ୍ନ ହେବ ପରେ ଆଜି ଚମ୍ପକ ଦ୍ଵାଦଶୀରେ ଶ୍ରୀମନ୍ଦିରରେ ମଧ୍ୟାହ୍ନ ଧୂପ ପରେ ମହାପ୍ରଭୁଙ୍କ ବିଜେ ପ୍ରତିମା ଅର୍ଥାତ୍ ନବଦମ୍ପତ୍ତି ମଦନମୋହନ ଓ ରୁକ୍ମିଣୀ ଗୁଆଲି ଯାତ୍ରା କରିଥିଲେ। ଶ୍ରୀମନ୍ଦିର ଭିତରେ ଭିତରଛ ମହାପାତ୍ରଙ୍କ ଦ୍ବାରା ଅକ୍ଷତ ବନ୍ଦାପନା, ପ୍ରସାଦ ଲାଗି ପରେ ପଟୁଆରରେ ରାଜ ନହରରେ ନବଦମ୍ପତ୍ତି ପହଞ୍ଚିବା ପରେ ସେଠାରେ ଗଜପତି ବନ୍ଦାପନା କରିଥିଲେ। ଶ୍ରୀନହରରେ ବନ୍ଦାପନା ସରିବା ପରେ ଗୋଟିଏ ପାଲିଙ୍କିରେ ନବଦମ୍ପତ୍ତି ବିରାଜମାନ କରିବା ସହ ସିଂହଦ୍ଵାର ଦେଇ ଜମେଶ୍ଵର ମନ୍ଦିରକୁ ବିଜେ କରି ସେଠାରେ ପଞ୍ଚୁଗ୍ରାସ ନୀତି ସମ୍ପାଦିତ ହୋଇଥିଲା। ନୀତି କାନ୍ତି ସରିବା ପରେ ଦେବଦମ୍ପତି ଶ୍ରୀମନ୍ଦିର କୁ ପ୍ରତ୍ୟାବର୍ତ୍ତନ କରିଥିଲେ।

Leave a Reply

Your email address will not be published. Required fields are marked *