ଜାତୀୟତାଜା ଖବରଧର୍ମ

ବିଶ୍ବ ପ୍ରସିଦ୍ଧ ରଥଯାତ୍ରା, ପୁରୀରେ ପହଞ୍ଚିଲା ୨୮ଟି ରଥ ଦଉଡ଼ି

ପୁରୀ: ରଥଯାତ୍ରା ପାଇଁ ପୁରୀରେ ପହଞ୍ଚିଲା ରଥ ଦଉଡ଼ି । ଦୁଇଟି ଗାଡ଼ିରେ ତିନି ରଥ ପାଇଁ ୮ ଇଞ୍ଚ ଗୋଲେଇର ଆସିଲା ୨୮ଟି ଦଉଡ଼ି । ଗୋଟିଏ ଦଉଡ଼ିର ଲମ୍ବ ୨୨୦ ଫୁଟ ବା ୬୭ ମିଟର । ଓଡ଼ିଶା କତା ନିଗମ ପକ୍ଷରୁ ଆସିଲା ଏହି ଦଉଡ଼ି । ଚଳିତ ଘୋଷଯାତ୍ରା ପାଇଁ ଓଡିଶା କତା ନିଗମ ପକ୍ଷରୁ ଦୁଇଟି ସେଟ୍ ରଥ ଦଉଡି ଆସିଛି। ପ୍ରତ୍ୟେକ ରଥରେ ଲାଗିଥାଏ ୪ଟି ଲେଖାଏଁ ଦଉଡ଼ି ଏବଂ ଅତିରିକ୍ତ ଥାଏ ଦୁଇଟି ଲେଖାଏଁ ଦଉଡ଼ି । ଅନ୍ୟପକ୍ଷରେ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟ ସମ୍ମୁଖ ରଥ ଖଳାରେ ବିଶ୍ଵକର୍ମା, ଭୋଇ, ରୂପକାରଙ୍କ ସହ କମାର ଶାଳରେ ଓଝା ସେବକ ଏବଂ କରତି ଚାଳିରେ କରତି ସେବକମାନେ ଦ୍ରୁତ ଗତିରେ ରଥ ନିର୍ମାଣ କାର୍ଯ୍ୟକୁ ଆଗେଇ ନେଉଛନ୍ତି । ଚିତ୍ରକର ସେବକ ମାନେ ଚିତ୍ର କାର୍ଯ୍ୟ ଜାରି ରଖିଛନ୍ତି । ତେବେ ତିନି ରଥରେ ପୋଟଳ ଓ ପାରାଭାଡି ଉଠିଥିବା ବେଳେ ରଥରେ ତେର ପରସ୍ତ ପୋଟଳ ଉଠି ସାରିଛି । ଭୋଇ ସେବକମାନେ ୬ ନମ୍ବର ତେର ପରସ୍ତ ପୋଟଳ ଉଠାଇବା କାର୍ଯ୍ୟ ଶେଷ କରି ୬ ନଂ ହରିବୋଲ ପକାଇଛନ୍ତି ।ତିନି ରଥର ପ୍ରଭା ନିର୍ମାଣ କାର୍ଯ୍ୟ ଶେଷ ହୋଇଥିବା ବେଳେ ରୂପକାର ସେବକ ମାନେ ଖୋଦେଇ କାର୍ଯ୍ୟ ଆରମ୍ଭ କରିଛନ୍ତି ।

Leave a Reply

Your email address will not be published. Required fields are marked *