ପୁଣେରେ ସୋନମ ରଘୁବଂଶୀ ମର୍ଡରର ରିପିଟ, ୨ ଗିରଫ
ପୁଣେ : ବହୁ ଚର୍ଚ୍ଚିତ ଇନ୍ଦୋରର ସୋନମ ରଘୁବଂଶୀ ମାମଲା ଦେଶବାସୀଙ୍କ ମନରୁ ନ ଲିଭୁଣୁ ମହାରାଷ୍ଟ୍ରର ପୁଣେରେ ଏକ ସମାନ ଘଟଣା ଦେଖିବାକୁ ମିଳିଛି। ବିବାହ ପ୍ରସ୍ତୁତି ଚାଲିଥିବା ବେଳେ ଜଣେ ଯୁବତୀ ନିଜ ପ୍ରେମିକ ସହ ମିଶି ନିଜ ଭାବୀ ସ୍ୱାମୀଙ୍କୁ ପାହାଡ଼ରୁ ୩୫୦ ଫୁଟ୍ ଗଭୀର ଖାଇକୁ ଠେଲି ହତ୍ୟା କରିଥିବା ଅଭିଯୋଗ ହୋଇଛି। ମହାରାଷ୍ଟ୍ରର ପୁଣେର ଲୋହାଗଡ଼ ଦୁର୍ଗରୁ ୨୬ ବର୍ଷୀୟ କେତନ ବିଶାଲ ଅଗ୍ରୱାଲଙ୍କ ମୃତଦେହ ଉଦ୍ଧାର ଘଟଣା ଏକ ଚାଞ୍ଚଲ୍ୟକର ଖୁଲାସା ହୋଇଛି। ହତ୍ୟା ଏବଂ ଅପରାଧିକ ଷଡ଼ଯନ୍ତ୍ର ଅଭିଯୋଗରେ ପୋଲିସ କେତନଙ୍କ ପ୍ରେମିକା ସିଆ ଗୋଏଲ ଏବଂ ତାଙ୍କ ପ୍ରେମିକ ଚେତନ ଚୌଧୁରୀଙ୍କୁ ଗିରଫ କରିଛି। ମିଳିଥିବା ସୂଚନା ଅନୁସାରେ ଗତ ଜୁନ୍ ୧୮ ତାରିଖରେ ସିଆଙ୍କ ଜନ୍ମଦିନରେ ଲୋହାଗଡ ଦୁର୍ଗ ନିକଟରେ ୪୦୦ ଫୁଟ ଗଭୀର ଘାଟିରୁ କେତନଙ୍କ ମୃତଦେହ ଉଦ୍ଧାର ହୋଇଥିଲା। କେତନ ଅଗ୍ରୱାଲ ଭାବିପତ୍ନୀ ସିୟା ଗୋୟଲଙ୍କ ସହିତ ଜନ୍ମିଦନ ଅବସରରେ ପୁଣେ ଲୋହାଗଡ଼ କିଲ୍ଲା ଉପରେ ଟ୍ରେକିଂ ପାଇଁ ଯାଇଥିଲେ । କିଲ୍ଲାରେ ଫଟୋ ଉଠାଇବା ବୁଲିବା ସହିତ କିଛି ସମୟ ଅତିବାହିତ କରିଥିଲେ । ଆଉ ସେଠାରେ ଫଟୋ ଉଠାଇବା ସମୟରେ କେତନଙ୍କ ପାଦ ଖସିଯାଇଥିଲା ଏବଂ ତାଙ୍କ ଜୀବନ ଚାଲିଯାଇଥିଲା । ପ୍ରାରମ୍ଭରେ ଏକ ଦୁର୍ଘଟଣାଜନିତ ମୃତ୍ୟୁ ରିପୋର୍ଟ ଦାଖଲ କରାଯାଇଥିଲା। କିନ୍ତୁ ପୋଲିସ ତଦନ୍ତ ପରେ ଏହା ଏକ ଯୋଜନାବଦ୍ଧ ହତ୍ୟାକାଣ୍ଡ ବୋଲି ଜଣାପଡ଼ିଛି । ଏହି ଘଟଣାରେ କେତନଙ୍କ ବାପା ବିଶାଲ ଅଗ୍ରୱାଲ ଏକ ଅଭିଯୋଗ ଦାଖଲ କରି କହିଥିଲେ ଯେ କେତନଙ୍କ ମୃତଦେହ ଦେଖି ସିଆ କୌଣସି ପ୍ରତିକ୍ରିୟା ଦେଇ ନଥିଲେ, ଯାହା ସନ୍ଦେହଜନକ ଥିଲା। ଜଣାପଡିଛି ଯେ, ସିୟାଙ୍କ ଜନ୍ମଦିନ ଅବସରରେ ଲୋହାଗଡ଼କୁ କେତନ ଏବଂ ସିୟା ପହଞ୍ଚିବା ପୂର୍ବରରୁ ପ୍ରେମିକ ଚେତନ ସେଠାରେ ଥିଲେ। ଦୁହେଁ ମିଶି କେତନଙ୍କୁ ପାହାଡ଼ ଉପରୁ ଗଭୀର ଖାଇକୁ ଠେଲି ଦେଇଥିଲେ, ଯାହାଫଳରେ ଘଟଣାସ୍ଥଳରେ ହିଁ କେତନଙ୍କ ମୃତ୍ୟୁ ହୋଇଥିଲା। ସିୟାଙ୍କ ସନ୍ଦେହଜନକ ବୟାନ ପରେ ପୋଲିସ ମୋବାଇଲ୍ କଲ୍ ରେକର୍ଡ, ସୋସିଆଲ ମିଡିଆ ଏବଂ ଡିଜିଟାଲ୍ ପ୍ରମାଣର ଯାଞ୍ଚ କରିଥିଲା। ଏଥିରୁ ସିୟା ଓ ଚେତନଙ୍କ ପ୍ରେମ ସମ୍ପର୍କ ଏବଂ ହତ୍ୟା ଷଡ଼ଯନ୍ତ୍ରର ପର୍ଦ୍ଦାଫାସ ହୋଇଥିଲା। ତେବେ ଗତକାଲି ପୋଲିସ ଅଭିଯୁକ୍ତ ଚେତନ ଏବଂ ସିୟାଙ୍କୁ ଗିରଫ କରି ୭ ଦିନିଆ ପୋଲିସ ହେପାଜତକୁ ପଠାଯାଇଛି।

