ଜାତୀୟତାଜା ଖବର

ମୁମ୍ବାଇ ଧୁଲେରେ ବସ୍ ଧକ୍କାରେ ୬ ମୃତ

ମହାରାଷ୍ଟ୍ର, ୨୪|୫ : ମୁମ୍ବାଇ ଧୁଲେରେ ବସ୍ ଧକ୍କାରେ ୬ ଜଣଙ୍କର ମୃତ୍ୟୁ ହୋଇଛି। ମହାରାଷ୍ଟ୍ର ଧୁଲେ ଅଞ୍ଚଳରେ ଲଲିଙ୍ଗ ଘାଟରେ ମୁମ୍ବାଇ ଆଗ୍ରା ହାଇୱେରେ ବିଳମ୍ବିତ ରାତିରେ ଏହି ମର୍ମନ୍ତୁଦ ଦୁର୍ଘଟଣା ହୋଇଛି । ଏକ ଡମ୍ପର ଓ ଏକ ଟ୍ରକ ଓଲଟି ଯାଇଥିବା ବେଳେ ପଛରୁ ଆସୁଥିବା ଏକ ପ୍ରାଇଭେଟ ବସ୍ ଏହି ଗାଡ଼ିକୁ ଧକ୍କା ଦେଇଥିଲା । ଦୁର୍ଘଟଣାରେ ପାଖାପାଖି ୬ ଜଣ ଲୋକଙ୍କ ଜୀବନ ଚାଲିଯାଇଛି । ଘଟଣାରେ ପ୍ରାୟ ୧୦ ଜଣ ଆହତ ହୋଇଛନ୍ତି। ଆହତଙ୍କୁ ଚିକିତ୍ସା ପାଇଁ ସରକାରୀ ହସପିଟାଲରେ ଭର୍ତ୍ତି କରାଯାଇଛି। ଖବର ମୁତାବକ, ମୁମ୍ବାଇ ଆଗ୍ରା ହାଇୱେରେ ବିଳମ୍ବିତ ରାତିରେ ଗାଡି ଦୁର୍ଘଟଣାର ଶିକାର ହୋଇଥିଲା । ରାସ୍ତାରେ ଏକ ଡମ୍ପର ଓ ଏକ ଟ୍ରକ ଓଲଟି ଯାଇଥିଲା । ସେହି ରାସ୍ତା ଯାଉଥିବା ଦ୍ରୁତଗାମୀ ବସ୍ ନିୟନ୍ତ୍ରଣ ହରାଇ ଏଥିରେ ପିଟି ହୋଇଯାଇଥିଲା। ଫଳରେ ଘଟଣାସ୍ଥଳରେ ୬ ଜଣଙ୍କ ଜୀବନ ଚାଲିଯାଇଛି । ଯେଉଁମାନେ ଆହତ ହୋଇଛନ୍ତି, ସେମାନଙ୍କୁ ହସପିଟାଲରେ ଭର୍ତ୍ତି କରାଯାଇଛି । ତେବେ ଘଟଣାକୁ ନେଇ ହାଇୱେ ପୋଲିସ ଯାଂଚ ଆରମ୍ଭ କରିଛି । ଗାଡ଼ିକୁ ରାସ୍ତାରୁ ହଟାଯାଇ ଯାତାୟତ ସୁଗମ କରାଯାଇଛି ।

Leave a Reply

Your email address will not be published. Required fields are marked *