ରଥଯାତ୍ରାରାଜ୍ୟ

ୟୁପି ହାପୁରରେ ଧାର୍ଯ୍ୟ ଅଦିନିଆ ରଥଯାତ୍ରା ସ୍ଥଗିତ

ଲକ୍ଷ୍ନୌ, ୨୫|୫: ୟୁପି ହାପୁରରେ ଧାର୍ଯ୍ୟ ଅଦିନିଆ ରଥଯାତ୍ରା ସ୍ଥଗିତ ହୋଇଛି । ଜୁନ୍‌ ୧୬ରେ ରଥଯାତ୍ରା କରିବା ନିଷ୍ପତ୍ତି ସ୍ଥଗିତ କରିଛି ପ୍ରଶାସନ । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ହାପୁର ଜିଲ୍ଲାପାଳଙ୍କୁ ଚିଠି ଲେଖିଲା ପରେ ଏହା ସ୍ଥଗିତ କରାଯାଇଛି । ପୁରୀ ଶ୍ରୀଜଗନ୍ନାଥ ଧାମ ଦ୍ବାରା ଧାର୍ଯ୍ୟ ଜୁଲାଇ ୧୬ରେ ରଥଯାତ୍ରା ପାଇଁ ନିଷ୍ପତ୍ତି ହୋଇଛି । ଶ୍ରୀମନ୍ଦିର ପ୍ରଶାସନକୁ ଚିଠି ଲେଖି ଅବଗତ କରିଛନ୍ତି ହାପୁର ଜିଲ୍ଲାପାଳ । ହାପୁର ଜିଲ୍ଲାପାଳଙ୍କୁ କୃତଜ୍ଞତା ଜଣାଇଛନ୍ତି ଶ୍ରୀମନ୍ଦିର ପ୍ରଶାସନ । ପୂର୍ବରୁ ଉତ୍ତରପ୍ରଦେଶ ହାପୁରରେ ଆୟୋଜିତ ହେବାକୁ ଥିବା ଅଦିନିଆ ରଥଯାତ୍ରାକୁ ବିରୋଧ କରିଥିଲା ଶ୍ରୀମନ୍ଦିର ପ୍ରଶାସନ । ଘଟଣାରେ ତୁରନ୍ତ ହସ୍ତକ୍ଷେପ ପାଇଁ ସେଠାକାର ଜିଲ୍ଲାପାଳଙ୍କୁ ଚିଠି ଲେଖିଥିଲା ଶ୍ରୀମନ୍ଦିର ପ୍ରଶାସନ । ଚିଠି ଲେଖି ଅଦିନିଆ ନେତ୍ରୋତ୍ସବ ଓ ରଥଯାତ୍ରା ବନ୍ଦ ପାଇଁ ଅପିଲ୍‌ କରାଯାଇଥିଲା ।

Leave a Reply

Your email address will not be published. Required fields are marked *