ଜାତୀୟତାଜା ଖବର

୧୮ ବର୍ଷରୁ କମ୍ ମହିଳା ଏସିଆ କପ୍ ହକି କାଂସ୍ୟ ପାଇଁ ଖେଳିବ ଭାରତ

ନୂଆଦିଲ୍ଲୀ, ୫|୬ : ଜାପାନର କାକାମିଗାହାରାରେ ଚାଲିଥିବା ୧୮ ବର୍ଷରୁ କମ୍‌ ଏସିଆ କପ୍‌ ମହିଳା ହକି ପ୍ରତିଯୋଗିତାରେ ଏବେ କାଂସ୍ୟ ପାଇଁ ଖେଳିବ ଭାରତ। ସେମିଫାଇନାଲ୍‌ରେ ଭାରତ କଡ଼ା ସଂଘର୍ଷ କରି ୧-୩ (୨-୨) ସୁଟ୍‌ଆଉଟ୍‌ରେ ଚୀନ୍‌ଠୁ ହାରି ଯାଇଛି । ଅନ୍ୟ ଏକ ସେମିଫାଇନାଲ୍‌ରେ କୋରିଆ ୦-୧ ଗୋଲ୍‌ରେ ଜାପାନଠୁ ପରାସ୍ତ ହୋଇଛି। ଶନିବାର ଭାରତ ଓ କୋରିଆ ମୁହାଁମୁହିଁ ହେେବ। ଶୁକ୍ରବାର ପ୍ରଥମ ସେମିଫାଇନାଲ୍‌ରେ ଭାରତ ତୃତୀୟ ମିନିଟ୍‌ରେ ଓଡ଼ିଆ ଝିଅ ତଥା ଅଧିନାୟିକା ସ୍ୱିଟି କୁଜୁରଙ୍କ ଚମତ୍କାର ପାସ୍‌କୁ ନୌସୀନ ନାଜ୍‌ ଗୋଲ୍‌ରେ ପରିଣତ କରି ଦଳକୁ ୧-୦ରେ ଆଗୁଆ ରଖିଥିଲେ । ୨୧ତମ ମିନିଟ୍‌ରେ ଚୀନ୍‌କୁ ମିଳିଥିବା ପେନାଲ୍‌ଟି କର୍ଣ୍ଣରକୁ ଲି ଜି ୟାନ୍‌ ଗୋଲ୍‌ରେ ପରିଣତ କରି ସ୍ଥିତି ସମାନ କରିଥିଲେ । ତୃତୀୟ କ୍ୱାର୍ଟରରେ ଝାଙ୍ଗ ୟୁଝେଙ୍ଗ (୪୮ ମିନିଟ୍‌)ଙ୍କ ଗୋଲ୍‌ରେ ଚୀନ୍‌ ୨-୧ରେ ଆଗୁଆ ହୋଇଯାଇଥିଲା । ଶେଷ କ୍ୱାର୍ଟରରେ ଓଡ଼ିଆ ଝିଅ କିରଣ ଏକ୍କାଙ୍କ ଗୋଲ୍‌ରେ ନିର୍ଦ୍ଧାରିତ ସମୟରେ ମ୍ୟାଚ୍‌ ୨-୨ ସମାନ ସ୍ତରରେ ଶେଷ ହୋଇଥିଲା । ତେଣୁ ଫଳାଫଳ ଲାଗି ସୁଟ୍‌ଆଉଟ୍‌ର ସହାୟତା ନିଆଯାଇଥିଲା । ଏଥିରେ ଭାରତ ୧-୩ରେ ପଛରେ ପଡ଼ି ଫାଇନାଲ୍‌ ଖେଳିବାରୁ ବଞ୍ଚିତ ହୋଇଥିଲା ।

Leave a Reply

Your email address will not be published. Required fields are marked *