ଆନ୍ତର୍ଜାତୀୟଜାତୀୟତାଜା ଖବର

ନରୱେ ଚେସ୍ ନବମ ରାଉଣ୍ଡରେ ଗୁକେଶଙ୍କୁ ହରାଇଲେ ପ୍ରଜ୍ଞାନନ୍ଦ

ନୂଆଦିଲ୍ଲୀ : ନର‌ୱେ ଚେସ୍‌ ନବମ ରାଉଣ୍ଡରେ‌ ଦୁଇ ଭାରତୀୟ ସାଥୀ ଆର୍‌ ପ୍ରଜ୍ଞାନନ୍ଦ ଓ ଡି ଗୁକେଶ ମୁହାଁମୁହିଁ ହୋଇଥିଲେ । ବିଶ୍ୱ ବିଜେତା ଗୁକେଶଙ୍କୁ ହରାଇ ଦେଇଛନ୍ତି ପ୍ରଜ୍ଞାନନ୍ଦ । ଏହି ବିଜୟ ସହ ପ୍ରଜ୍ଞାନନ୍ଦ (୧୫ ପଏଣ୍ଟ) ଟେବୁଲର ଦ୍ୱିତୀୟ ସ୍ଥାନରେ ରହିବା ସହ ବିଜେତା ହେବା ଦୌଡ଼ରେ ଆଉ ଗୋଟିଏ ପାଦ ଆଗକୁ ବଢ଼ାଇଛନ୍ତି । ତାଙ୍କ ଆଗରେ ୱେସ୍‌ଲେ ସୋ’ (୧୫.୫ ପଏଣ୍ଟ୍‌) ଶୀର୍ଷରେ ଥିଲା ବେଳେ ଅଲିରେଜା ଫିରୌଜା (୧୪.୫) ତୃତୀୟ ସ୍ଥାନରେ ଅଛନ୍ତି ।

Leave a Reply

Your email address will not be published. Required fields are marked *