ଆନ୍ତର୍ଜାତୀୟତାଜା ଖବର

ଭାରତ-ଆମେରିକା ବାଣିଜ୍ୟିକ ଚୁକ୍ତି ନେଇ ସବୁଜ ସଙ୍କେତ

ଓ୍ବାଶିଂଟନ, ଭାରତ ଏବଂ ଆମେରିକା ମଧ୍ୟରେ ଖୁବ୍ ଶୀଘ୍ର ଏକ ବାଣିଜ୍ୟ ଚୁକ୍ତି ହେବାର ସମ୍ଭାବନା ଉଠାଇଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ପ୍ରଶଂସା କରି କହିଛନ୍ତି ଯେ ଦୁଇ ଦେଶ ମଧ୍ୟରେ ବାଣିଜ୍ୟିକ ସମ୍ପର୍କ ପୂର୍ବାପେକ୍ଷା ଭଲ ହୋଇଛି। ଟ୍ରମ୍ପ କହିଛନ୍ତି ଯେ ଭାରତ ପୂର୍ବରୁ ଆମେରିକୀୟ ସାମଗ୍ରୀ ଉପରେ ଭାରୀ ଶୁଳ୍କ ଲାଗୁ କରିଥିଲା, କିନ୍ତୁ ଏବେ ପରିସ୍ଥିତି ବଦଳି ଯାଇଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବିଶ୍ୱାସ କରିଛନ୍ତି ଯେ, ଭାରତ ଏବଂ ଆମେରିକା ମଧ୍ୟରେ ଖୁବ୍ ଶୀଘ୍ର ଏକ ବାଣିଜ୍ୟ ଚୁକ୍ତି ହେବ। ଏହା ସହିତ, ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ରଙ୍କ ଭୁରୀ ଭୁରୀ ପ୍ରଂଶସା କରିଥିଲେ। ପ୍ରଧାନମନ୍ତ୍ରୀ ମୋଦିକୁ ଟ୍ରମ୍ପ ନିଜର ସବୁଠାରୁ ଭଲ ବନ୍ଧୁ ବୋଲି କହିଛନ୍ତି। ହ୍ୱାଇଟ୍ ହାଉସରେ ସାମ୍ବାଦିକଙ୍କ ସହ କଥାବାର୍ତ୍ତା ସମୟରେ ଟ୍ରମ୍ପ ଦୁଇ ରାଷ୍ଟ୍ର ମଧ୍ୟରେ ବାଣିଜ୍ୟ ଏବଂ ବ୍ୟକ୍ତିଗତ ସମ୍ପର୍କ ବିଷୟରେ ସ୍ପଷ୍ଟ ଭାବରେ କହିଥିଲେ। ଟ୍ରମ୍ପ ଅତୀତର ବାଣିଜ୍ୟକୁ ସମୀକରଣକୁ ମନେ ପକାଇ କହିଛନ୍ତି ପୂର୍ବାପେକ୍ଷା ଏବେ ସ୍ଥିତି ପୁରା ବଦଳି ଯାଇଛି। ଟ୍ରମ୍ପ କହିଛନ୍ତି, “ବର୍ଷ ବର୍ଷ ଧରି ଭାରତ ଆମେରିକାର ଫାଇଦା ଉଠାଇଥିଲା। ସେମାନେ ଆମ ସାମଗ୍ରୀ ଉପରେ ଭାରୀ ଟିକସ ଲାଗୁ କରୁଥିଲେ କିନ୍ତୁ ନିଜେ କିଛି ଦେଉ ନଥିଲେ। କିନ୍ତୁ ବର୍ତ୍ତମାନ ପରିସ୍ଥିତି ପୁରା ଓଲଟା ହୋଇଯାଇଛି। ଆମେ ଏବେ ଭାରତ ସହିତ ବାଣିଜ୍ୟରେ ବହୁତ ଟଙ୍କା ରୋଜଗାର କରୁଛୁ। ଅତୀତର ବାଣିଜ୍ୟ ନିଅଣ୍ଟ ଏବଂ ଭାରୀ ଟିକସ ବିଷୟରେ ଆଲୋଚନା କରିବା ସତ୍ତ୍ୱେ, ଟ୍ରମ୍ପ ନିକଟ ଭବିଷ୍ୟତରେ ଭାରତ ସହିତ ଏକ ଉତ୍ତମ ବାଣିଜ୍ୟ ଚୁକ୍ତି ପାଇଁ ଆଶା ପ୍ରକାଶ କରିଥିଲେ। ସେ ଏହାର ସମ୍ପୂର୍ଣ୍ଣ ଶ୍ରେୟ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଦେଇଥିଲେ।

Leave a Reply

Your email address will not be published. Required fields are marked *