ଜାତୀୟରାଜ୍ୟ

ସୁପ୍ରିମକୋର୍ଟରେ କକ୍ରୋଚ୍ କ୍ୟାମ୍ପନ ବିବାଦ CBI ତଦନ୍ତ ଦାବିରେ ଜନସ୍ୱାର୍ଥ ମାମଲା

ନୂଆଦିଲ୍ଲୀ,୨୫|୫: ସୋସିଆଲ ମିଡିଆରେ ଦିନକୁ ଦିନ ଭାଇରାଲ ହେବାରେ ଲାଗିଛି କକ୍ରୋଚ୍ ଜନତା ପାର୍ଟି। ସୋସିଆ ମିଡିଆରେ ଛାଇ ଯାଇଥିବାବେଳେ ସରକାରଙ୍କୁ ସିଧା ନିଶାନା କରୁଥିବା ଦେଖିବାକୁ ମିଳିଛି।  ହେଲେ ଏବେ ସୁପ୍ରିମକୋର୍ଟରେ ପହଞ୍ଚିଛି କକ୍ରୋଚ୍ କ୍ୟାମ୍ପନ ବିବାଦ। ସଂଗଠନ ବିରୋଧରେ ଏକ ଜନସ୍ୱାର୍ଥ ମାମଲା ଦାୟର କରାଯାଇଛି, ଯେଉଁଥିରେ ଏଫଆଇଆର ପଞ୍ଜୀକରଣ ଏବଂ ସିବିଆଇ ତଦନ୍ତ ଦାବି ହୋଇଛି । ସଂଗଠନର କାର୍ଯ୍ୟକଳାପ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ ସୁପ୍ରିମକୋର୍ଟରେ ଏକ ଜନସ୍ୱାର୍ଥ ମାମଲା (ପିଆଇଏଲ୍) ଦାୟର କରାଯାଇଛି। ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଥିବା କକ୍ରୋଚ୍ ଜନତା ପାର୍ଟି (ସିଜେପି)କୁ ନେଇ ସୃଷ୍ଟ ବିବାଦ ଏବେ ସୁପ୍ରିମକୋର୍ଟରେ ଏକ ଜନସ୍ୱାର୍ଥ ମାମଲା ଦାୟର ହୋଇଛି । ଏଥିରେ ଉକ୍ତ ସଂଗଠନ କାର୍ଯ୍ୟକଳାପ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବା ଲାଗି ହୋଇଛି । ଏ ନେଇ ଏଏଫଆଇଆର ଦାୟର ସିବିଆଇ ଦ୍ୱାରା ତଦନ୍ତ କରାଇବା ଲାଗି ଦାବି କରାଯାଇଛି । ଜନସ୍ୱାର୍ଥ ମାମଲା (ପିଆଇଏଲ୍)ରେ ଅଭିଯୋଗ କରାଯାଇଛି କି ଆତ୍ମଘୋଷିତ ରାଜନୈତିକ ସଂଗଠନ ସୁପ୍ରିମକୋର୍ଟଙ୍କ ମୌଖିକ ଟିପ୍ପଣୀକୁ ଭୁଲ ଭାବେ ବ୍ୟବହାର କରାଯାଇଛି । ଏହା ବ୍ୟବସାୟିକ ଲାଭ ଉଠାଇବାକୁ ଚେଷ୍ଟା କରୁଛି । ତେଣୁ ଏହି ମାମଲାରେ ସ୍ୱତନ୍ତ୍ର ତଦନ୍ତ କରାଯିବା ଜରୁରୀ । ଆବେଦନରେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ସମେତ ଏହି ମାମଲାର ଏକ ସ୍ୱାଧୀନ ତଦନ୍ତ ଏବଂ କଥିତ ନକଲି ଓକିଲ ଏବଂ ଆଇନ ବୃତ୍ତିରେ ନକଲି ଡିଗ୍ରୀଧାରୀମାନଙ୍କ ବିରୋଧରେ ତଦନ୍ତ ପାଇଁ ଦାବି କରାଯାଇଛି। ଅବେଦନକାରୀ ଦର୍ଶାଇଛନ୍ତି, ସିଜେପି ଭଳି ସଙ୍ଗଠନ ଏବଂ ପ୍ରତୀକାତ୍ମକ ଅଭିଯାନ ଅଦାଲତଙ୍କ ଟିପ୍ପଣୀକୁ ପ୍ରଚାର, ବ୍ୟବସାୟିକ ଗତିବିଧି ଏବଂ ଡିଜିଟାଲ ମାର୍କେଟିଂ ନିମନ୍ତେ ବ୍ୟବହାର କରାଯାଉଛି । ଆବେଦନରେ ଏହାକୁ ସାମ୍ବିଧାନିକ ପ୍ରକ୍ରିୟାଗୁଡ଼ିକର ବିପଜ୍ଜନକ ବ୍ୟବସାୟୀକରଣ ବିବେଚନା କରାଯାଇଛି । ଏହା ପୂର୍ବରୁ ସିଜେପିର ସମସ୍ତ ସୋସିଆଲ ମିଡିଆ ଆକାଉଣ୍ଟ ଏବଂ ୱେବସାଇଟ ବନ୍ଦ କରାଯାଇଥିବା ନେଇ ଏହାର ପ୍ରତିଷ୍ଠାତା ଅଭିଜିତ୍ ଦୀପକେ ଅଭିଯୋଗ କରିଥିଲେ । ତାଙ୍କ ଅନୁସାରେ, ଏବେ ସଙ୍ଗଠନ ନିଜର କୌଣସି ଡିଜିଟାଲ ମଞ୍ଚର ବ୍ୟବହାର କରିପାରୁ ନାହିଁ । ସରକାର କକ୍ରୋଚକୁ ଏତେ ଡରୁଛନ୍ତି କାହିଁକି ବୋଲି ସେ ପ୍ରଶ୍ନ କରିଥିଲେ ।

 

Leave a Reply

Your email address will not be published. Required fields are marked *