ଶ୍ରୀମନ୍ଦିରରେ ପହଞ୍ଚିଲା ୩୮୦ କିଲୋଗ୍ରାମର ବାସୁଙ୍ଗା ପାଟ ମହାପ୍ରଭୁଙ୍କ ଗୁପ୍ତନୀତିରେ ହେବ ଲାଗି
ପୁରୀ: ପୁରୀରେ ପହଞ୍ଚିଲା ବାସୁଙ୍ଗା ପାଟ। ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଗୁପ୍ତନୀତିରେ ଲାଗେ ଏହି ପାଟ । ଭୁବନେଶ୍ୱର ଶହୀଦ ନଗରସ୍ଥିତ ଓଡିଶା ସମବାୟ ଟସର ଓ ରେଶମ ମହାସଂଘ କାର୍ଯ୍ୟାଳୟ ପରିସରରୁ ୩୮୦ କିଲୋଗ୍ରାମର ବାସୁଙ୍ଗା ପାଟ ପୁରୀ ଶ୍ରୀମନ୍ଦିର ପ୍ରଶାସନକୁ ପଠାଯାଇଛି। ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ ପତାକା ଦେଖାଇ ଏହାର ଶୁଭାରମ୍ଭ କରିଥିଲେ। ପୂଜାର୍ଚ୍ଚନା କରି ବାସୁଙ୍ଗା ପାଟ ଶ୍ରୀମନ୍ଦିର ପ୍ରଶାସନକୁ ପଠାଯାଇଛି।

