ଜାତୀୟତାଜା ଖବରରାଜ୍ୟ

ମୁଖ୍ୟମନ୍ତ୍ରୀ ପଦ ଛାଡ଼ିଲେ ସିଦ୍ଧରମେୟା

ବେଙ୍ଗାଲୁରୁ, ୨୮|୫: ଆଜି କର୍ଣ୍ଣାଟକ କଂଗ୍ରେସ ମୁଖ୍ୟମନ୍ତ୍ରୀ ସିଦ୍ଧରାମାୟା, ପଦବୀରୁ ଇସ୍ତଫା ଦେଇଛନ୍ତି। ରାଜ୍ୟପାଳ ନଥିବାରୁ ରାଜଭବନରେ ତାଙ୍କ କାର୍ଯ୍ୟାଳୟ, ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଗ୍ରହଣ କରିଛି। ତେବେ ଇସ୍ତଫା ଗୃହୀତ ହେବା ପର୍ଯ୍ୟନ୍ତ ସେ ମୁଖ୍ୟମନ୍ତ୍ରୀ ରହିବେ।  ଇସ୍ତଫା ଗୃହୀତ ହେବାପରେ ଯାଇ କଂଗ୍ରେସର ନୂଆ ମୁଖ୍ୟମନ୍ତ୍ରୀପ୍ରାର୍ଥୀ ରାଜ୍ୟପାଳଙ୍କୁ ଦେଖାକରି ସରକାର ଗଠନ କରିବା ଦାବି ରଖିବେ ଓ ତାଙ୍କର ଶପଥ ଗ୍ରହଣ ଉଛବ ହେବ।  ଯାହା ଶୁଣାଯାଉଛି ତାହାହେଲା କର୍ଣ୍ଣାଟକ ପିସିସି ସଭାପତି ତଥା ଉପ-ମୁଖ୍ୟମନ୍ତ୍ରୀ ଡି.କେ . ଶିବକୁମାର ନୂଆ ମୁଖ୍ୟମନ୍ତ୍ରୀ ହେବେ ।  ୨୦୨୩ ରେ କଂଗ୍ରେସ କର୍ଣ୍ଣାଟକ ବିଧାନସଭା ନିର୍ବାଚନ ଜିତିବା ପରେ ତତକାଳୀନ ପିସିସି ସଭାପତି ଡି କେ  ଶିବକୁମାର ଓ ସିଦ୍ଧରାମାୟାଙ୍କ ମଧ୍ୟରେ ଅଢେଇ ଅଢେଇ ବର୍ଷ ପାଇଁ ମୁଖ୍ୟମନ୍ତ୍ରୀ ପଦବୀ ବଣ୍ଟା ହେବାକଥା ଡ଼ିଲ ହୋଇଥିଲା  । ଏବେ ସେହି ଅନୁସାରେ  ଶିବକୁମାର ମୁଖ୍ୟମନ୍ତ୍ରୀ ହେବେ। ତାଙ୍କ ନେତୃତ୍ୱରେ ନୂଆ ମନ୍ତ୍ରୀମଣ୍ଡଳ ଗଠିତ ହେବ। ତେବେ ଗାନ୍ଧୀ ପରିବାର ପାଇଁ ଏହି କ୍ଷମତା ପରିବର୍ତନ କଷ୍ଟକର ହୋଇଛି।  ଶିବକୁମାର , ପିସିସି ସଭାପତି ହୋଇ କଂଗ୍ରେସକୁ ରାଜ୍ୟରେ ଜିତଇବା ପଛରେ ଥିଲା ଲିଙ୍ଗାୟତ ସମ୍ପ୍ରଦାୟ କଂଗ୍ରେସକୁ ଭୋଟ ଦେବା, ଯେହେତୁ ସେ ଲିଙ୍ଗାୟତ। ଶିବକୁମାରଙ୍କୁ ଦୁଃଖୀ କଲେ ସେ ଯଦି ଦଳ ଛାଡ଼ିଦେବେ , ତେବେ ଲିଙ୍ଗାୟତ ଭୋଟ କଂଗ୍ରେସ ହାତରୁ ଚାଲିଯିବ ଓ କଂଗ୍ରେସ ଆସନ୍ତା ବିଧାନସଭା ନିର୍ବାଚନ ହାରିଯିବ ।  ତେଣୁ କଂଗ୍ରେସ ଶିବକୁମାରଙ୍କୁ ଖୁସି କରିବାକୁ ଚାହୁଁଚି । ଅନ୍ୟପଟେ ସିଦ୍ଧରାମାୟା , ଜଣେ ଅନୁଭବୀ ନେତା ଓ ଓବିସି ସମ୍ପ୍ରଦାୟର ନେତା ଯଦିଓ ସେ ଜେଡିଏସରୁ କଂଗ୍ରେସକୁ ଆସିଛନ୍ତି । ତାଙ୍କୁ ଦୁଃଖୀ କଲେ ସେ ଜେଡିଏସ ଫେରିଯାଇପାରନ୍ତି ଓ କଂଗ୍ରେସ ଆଗାମୀ ବିଧାନସଭା ନିର୍ବାଚନ ହାରିବ ।  ତେଣୁ କଂଗ୍ରେସ ତାଙ୍କୁ ଖୁସି କରାଇବା ପାଇଁ ରାଜ୍ ସଭା ଆସନ ଦେବାକୁ ଚାହୁଁଛି । କିନ୍ତୁ  ସିଦ୍ଧରାମାୟା ଏଥିରେ ଖୁସି ନାହାନ୍ତି କାରଣ ସେ ଜାଣିଛନ୍ତି ଯେ ଥରେ ଦିଲ୍ଲୀ ରାଜନୀତିକୁ ଗଲେ କର୍ଣ୍ଣାଟକ ରାଜନୀତିରେ ତାଙ୍କର ଆଉ କର୍ତ୍ତୃତ୍ୱ ରହିବ ନାହିଁ ।  ତେଣୁ କଂଗ୍ରେସ ହାଇକମାଣ୍ଡ ଏକ ବଡ଼ ସମସ୍ୟାରେ ରହି ନିଷ୍ପତି ନେଇଛନ୍ତି  ।  କର୍ଣ୍ଣାଟକରେ ନେତୃତ୍ୱ ବିବାଦ ସମ୍ପର୍କରେ ଦିଲ୍ଲୀରେ ମଙ୍ଗଳବାର ବୈଠକଅନୁଷ୍ଠିତ  ହୋଇଥିଲା । ଯଦିଓ କଂଗ୍ରେସ କହିଥିଲା ଯେ ଆଗାମୀ ରାଜ୍ୟସଭା ଏବଂ ବିଧାନସଭା ନିର୍ବାଚନ ବିଷୟରେ ଆଲୋଚନା ପାଇଁ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ଏବଂ ଉପ- ମୁଖ୍ୟମନ୍ତ୍ରୀ ଡିକେ ଶିବକୁମାରଙ୍କୁ ଦିଲ୍ଲୀ ଡକାଯାଇଥିଛି କିନ୍ତୁ ଏହି ବୈଠକ ମୁଖ୍ୟମନ୍ତ୍ରୀ ବଦଳି ଉପରେ ଥିଲା । ଦଳ ମୁଖ୍ୟ ମଲ୍ଲିକାର୍ଜୁନ ଖାର୍ଗେ, ସାସଂଦ ରାହୁଲଗାନ୍ଧୀ , ସାଧାରଣ ସମ୍ପାଦକ କେସି ଭେନୁଗୋପାଳ ଏବଂ ରଣଦୀପ ସୁରଜେୱାଲା ଆଲୋଚନା କରିଥିଲେ ।

 

Leave a Reply

Your email address will not be published. Required fields are marked *