ତାଜା ଖବର

୪ ଦିନ ପରେ କୂଅରୁ ଯୁବକ ଜୀବନ୍ତ ଉଦ୍ଧାର, ମରିଗଲା ଭାବି ଫିଙ୍ଗି ଦେଇଥିଲେ

ବରଗଡ଼()ରଖେ ହରି ମାରେ କିଏ? ଏହି ଉକ୍ତିଟି ସତ ପ୍ରମାଣିତ ହୋଇଛି। ମରିଗଲା ଭାବି କୂଅରେ ଫିଙ୍ଗିଦେଇଥିଲେ ହେଲେ ୪ ଦିନ ପରେ ଜୀବନ୍ତ ଉଦ୍ଧାର ହୋଇଛନ୍ତି। ଉଦ୍ଧାର ହୋଇଥିବା ଯୁବକ ହେଲେ ତୁଳସୀରାମ ବରିହା। ଏଭଳି ଅଭାନୀୟ ଘଟଣା ଦେଖିବାକୁ ମିଳିଛି ବରଗଡ଼ ଜିଲ୍ଲା ବିଜେପୁର ବ୍ଲକ ସମଲାଇପଦର ଗାଁରେ। ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି। ସମଲାଇପଦର ଗାଁର ଏକ ନର୍ସରୀରେ ଥିବା ପରିତ୍ୟକ୍ତ କୂଅରେ ଗତ ଚାରି ଦିନ ଧରି ପଡ଼ି ରହିଥିବା ତୁଳସୀରାମଙ୍କୁ ଉଦ୍ଧାର କରିଛନ୍ତି ଅଗ୍ନିଶମ ବିଭାଗ। ସୂଚନାଯୋଗ୍ୟ ଯେ, ଗତ ରବିବାର ଦିନ କିଛି ଲୋକ ତୁଳସୀରାମଙ୍କୁ ପିଟି ପିଟି ଅଚେତ କରିଥିଲେ। ତାଙ୍କୁ ପାଞ୍ଚଜଣ ବ୍ୟକ୍ତି ମିଶି ମାଡ଼ ମାରିଥିଲେ। ସେ ଅଚେତ ହୋଇପଡ଼ିବାରୁ ତାଙ୍କୁ ମୃତ ବୋଲି ଭାବି ତାଙ୍କୁ କୁଅ ମଧ୍ୟରେ ଫିଙ୍ଗିଦେଇ ଚାଲିଯାଇଥିଲେ। ହେଲେ କୂଅରେ ଅଳ୍ପ ପାଣିଥିବାବେଳେ ଯୁବକ ଜଣକ ସେମିତି କୂଅ ଭିତରେ ଚାରି ଦିନ ହେଲା ଭୋକ ଉପାସରେ ଛଟପଟ ହୋଇ ଜୀବନ ସହ ଲଢେଇ କରୁଥିଲେ। ତୁଳସୀରାମ ବଞ୍ଚିବା ଆଶା ବି ଛାଡି ଦେଇଥିଲେ । ଆଜି ସମଲାଇପଦର ଗାଁର ଜଣେ ବ୍ୟକ୍ତି କାଠ ସଂଗ୍ରହ ପାଇଁ ଯାଇଥିବା ବେଳେ କୂଅରୁ କିଛି ଶବ୍ଦ ଆସୁଥିବାର ଶୁଣିଥିଲେ। ପରେ ଖବର ପାଇ ଅଗ୍ନିଶମବାହିନୀ ଓ ପୋଲିସ୍ ଆସି ଯୁବକଙ୍କୁ ଉଦ୍ଧାର କରିଛି। ମାଡ଼ ମାରିବା ଘଟଣାରେ ପୋଲିସ୍ ୨ ଜଣଙ୍କୁ ଅଟକ ରଖି ତଦନ୍ତ କରୁଛି।

Leave a Reply

Your email address will not be published. Required fields are marked *