Vernika Odia

ତାଜା ଖବର

ଟ୍ରକ୍ ଚାପାରେ ମା ଓ ଝିଅ ମୃତ

ବଲାଙ୍ଗୀର ସହର ୨୬ନଂ ଜାତୀୟ ରାଜପଥ ଗାନ୍ଧୀନଗରପଡାରେ ଟ୍ରକ ଚାପାରେ ମା ଓ ଝିଅଙ୍କ ମୃତ୍ୟୁ ହୋଇଛି। ମୃତକ ହେଲେ ମା ସୁନିତା ନାଗ ଓ ଝିଅ ସ୍ମୃତି ନାଗ। ସ୍କୁଟିରେ ମା ଓ ଝିଅ ଯାଉଥିବାବେଳେ ଏହି ଦୁର୍ଘଟଣା ହୋଇଛି। ସୂଚନା ଅନୁଯାୟୀ, ମା’ ଓ ଝିଅ ସ୍କୁଟି ଯୋଗେ ଯାଉଥିବା ବେଳେ ରାସ୍ତା ଉପରେ ପଡ଼ିଥିବା ପୋଖରୀ ପଙ୍କ ଯୋଗୁଁ ଗାଡ଼ିଟି ସ୍ଲିପ୍ କରିଥିଲା।

Read More
ତାଜା ଖବର

ପ୍ରସବ ଅସ୍ତ୍ରୋପଚାର ବେଳେ ବ୍ଲାଡର କାଟି ଦଲେ ଡାକ୍ତର ମହିଳାଙ୍କ ମୃତ୍ୟୁ, ନର୍ସିଂହୋମ୍ ସମ୍ମୁଖରେ ଉତ୍ତେଜନା

ବରଗଡ଼ ସହରରେ ଚିକିତ୍ସା ଅବହେଳାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ େହାଇଛି। ସିଜରିଆନ ଅପରେସନ୍ ସମୟରେ ଡାକ୍ତରଙ୍କ ଅବହେଳା ଯୋଗୁଁ ମହିଳାଙ୍କ ବ୍ଲାଡର୍ କଟିଯିବାରୁ ମୃତ୍ୟୁ ଘଟିଥିବା ଅଭିଯୋଗ ଆଣିଛନ୍ତି ପରିବାର ଲୋକେ। ମୃତକ ହେଲେ ଭଟଲି ବ୍ଲକ ହାତିସର୍ ଗ୍ରାମର ପୂର୍ଣ୍ଣଚନ୍ଦ୍ର ସାହୁଙ୍କ ପତ୍ନୀ ସୃଷ୍ଟିପ୍ରଭା ପଧାନ।

Read More
ଜାତୀୟତାଜା ଖବର

କମ୍ବିଂ ଅପରେସନବଳେ ପାଲିସର ସଫଳତା ମାଓ ସାମଗ୍ରୀ ଓ ଅସ୍ତ୍ରଶସ୍ତ୍ର ଜବତ

ଜିଲ୍ଲାର କିଟିମିଟି ଓ କଟୁଆପଦର ଜଙ୍ଗଲ ଅଞ୍ଚଳରେ ବିପୁଳ ପରିମାଣର ମାଓ ସାମଗ୍ରୀ ଓ ଅସ୍ତ୍ରଶସ୍ତ୍ର ଜବତ କରିଛି ପୋଲିସ।  ଜବତ ସାମଗ୍ରୀ ମଧ୍ୟରେ ବନ୍ଧୁକ, ବିସ୍ଫୋରକ ସାମଗ୍ରୀ ଏବଂ ମାଓବାଦୀଙ୍କ ନିତ୍ୟ ବ୍ୟବହାର୍ଯ୍ୟ ବିଭିନ୍ନ ସାମଗ୍ରୀ ରହିଛି।

Read More
ଜାତୀୟତାଜା ଖବର

୨ ଦେଶୀ ବନ୍ଧୁକ ଜବତ: ୬ ଗିରଫ

ବାମରା ଡିଭିଜନ ବଡ଼ରମା ରେଞ୍ଜ ଅନ୍ତର୍ଗତ ଉଡୁସିଂ ବିଟରେ ବନ୍ଧୁକ କାରବାର କରିବା ଅଭିଯୋଗରେ େପାଲିସ  ୬ ଜଣ ଅଭିଯୁକ୍ତକୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ େହଲେ ଉଡୁସିଂ ଗ୍ରାମର ଅରୁଣ ମାଝୀ , ଅଭୟ ମାଝୀ, ଗଣେଶ ପଟ୍ଟା, ସୁରେନ୍ଦ୍ର ପଧାନ, କୁବେର ଖଣ୍ଡା ଓ ଲାଇଝାର ଗ୍ରାମର ମନୋଜ କୁଅର। ସେମାନଙ୍କ ନିକଟରୁ ୨ ଦେଶୀ ବନ୍ଧୁକ ଜବତ ହୋଇଛି।

Read More
ତାଜା ଖବର

ସାଙ୍ଗକୁ ଚାରିକାନ୍ଧ ଦେଲେ ସହପାଠୀ

ସାଙ୍ଗକୁ ଚାରିକାନ୍ଧ ଦେଲେ ସହପାଠୀ । ଲୋକବଳ ନ ଥିବାରୁ ସାଙ୍ଗକୁ ସ୍ୱର୍ଗଦ୍ୱାର ନେବା ସହ ମୁଖାଗ୍ନି ଦେଇଛନ୍ତି ସାଙ୍ଗ। ଏଭଳି ହୃଦୟ ବିଦାରକ ଘଟଣା ଘଟିଛି ପୁରୀର ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟରେ ।

Read More
ଧର୍ମ

ଯମୂନା କୂଳରେ ବସ୍ତ୍ରହରଣ

ବସ୍ତ୍ରହରଣ କଥା ଭାଗବତ ପୁରାଣରେ ବର୍ଣ୍ଣିତ ଅଛି। ବୃନ୍ଦାବନର ଗୋପୀମାନେ ଶ୍ରୀକୃଷ୍ଣଙ୍କୁ ସ୍ୱାମୀ ରୂପେ ପାଇବା ପାଇଁ ବ୍ରତ କରୁଥିଲେ। ପ୍ରତିଦିନ ସକାଳେ ସେମାନେ ଯମୂନା ନଦୀରେ ସ୍ନାନ କରି ଦେବୀଙ୍କ ପୂଜା କରୁଥିଲେ।

Read More
ଧର୍ମ

ଜୟ ଜଗନ୍ନାଥ ସିଂହଦ୍ୱାର ଫିଟା ନୀତି ଭିତରଛ ମହାପାତ୍ର ଙ୍କ ଦ୍ୱାରା ୦୫.୧୨ AM ରେ ସମାପ୍ତ ହେଲା 🙏ଜୟ ଜଗନ୍ନାଥ 🙏

ଶ୍ରୀଜଗନ୍ନାଥ ମନ୍ଦିରର “ସିଂହଦ୍ୱାର ଫିଟା ନୀତି” ହେଉଛି ପ୍ରତିଦିନ ପ୍ରଭାତରେ ଶ୍ରୀମନ୍ଦିରର ମୁଖ୍ୟ ଦ୍ୱାର ଖୋଲିବାର ପବିତ୍ର ପାରମ୍ପରିକ ନୀତି। ଏହି ଦ୍ୱାରକୁ “ସିଂହଦ୍ୱାର” ବୋଲି କୁହାଯାଏ, କାରଣ ଦ୍ୱାର ସମ୍ମୁଖରେ ସିଂହମୂର୍ତ୍ତି ରହିଛି। ଏହି ନୀତି ଭିତରଛ ମହାପାତ୍ର ଓ ଅନ୍ୟ ସେବାୟତମାନଙ୍କ ଦ୍ୱାରା ମଙ୍ଗଳ ଆରତି ପୂର୍ବରୁ ସମ୍ପନ୍ନ କରାଯାଏ। ସିଂହଦ୍ୱାର ଖୋଲିବା ପରେ ଭକ୍ତମାନଙ୍କ ପାଇଁ ମହାପ୍ରଭୁଙ୍କ ଦର୍ଶନ ଆରମ୍ଭ ହୁଏ। ଏହା ଶ୍ରୀମନ୍ଦିରର ଦୈନିକ ନୀତିକାନ୍ତିର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ଓ ଭକ୍ତମାନଙ୍କ ନଜରରେ ଅତ୍ୟନ୍ତ ପବିତ୍ର ଓ ଶୁଭ ମନାଯାଏ।

Read More
ଦୈନିକ ରାଶିଫଳ

ଦୈନିକ ରାଶିଫଳ (୦୯ ଜୁନ ୨୦୨୬)

ମେଷ: ଆଜି ତୁମେ ସମ୍ପର୍କରେ ସ୍ପଷ୍ଟ କଥା କହ, ଅନ୍ଦାଜରେ ଚାଲିବା ଛାଡ଼। ସହଧର୍ମୀ ସହ ଅହମ୍‌ ଛାଡିଲେ ଦୂରତା କମିବ। କାର୍ଯ୍ୟସ୍ଥଳରେ ନିଜ କାମରେ ଫୋକସ୍‌ ରଖ, ଅନ୍ୟଙ୍କ ରାଜନୀତିରେ ପଡ଼ିବା

Read More
ଜାତୀୟତାଜା ଖବର

ଟେକ୍ନୋଲୋଜିରେ ପାରଦର୍ଶିତା ଲାଭ କରିବେ ମିଶନ ଶକ୍ତି ମହିଳା

ଏଣିକ ମିଶନ ଶକ୍ତି ମହିଳାଙ୍କୁ ଟ୍ରେନିଂ ଦେବେ IIT ପ୍ରଫେସର। ଟେକ୍ନୋଲୋଜିରେ ପାରଦର୍ଶିତା ଲାଭ କରିବେ ମିଶନ ଶକ୍ତି ମହିଳା। ସେମାନଙ୍କୁ ଟ୍ରେନିଂ ଦେବ ଆଇଆଇଟି ପ୍ରଫେସର। ଏଥିପାଇଁ ଓଡ଼ିଶା ଜୀବିକା ମିଶନ ଓ ଭୁବନେଶ୍ୱର ଆଇଆଇଟି ମଧ୍ୟରେ ବୁଝାମଣା ପତ୍ର ସ୍ଵାକ୍ଷରିତ ହୋଇଛି।

Read More
ଜାତୀୟତାଜା ଖବର

ଗୁଣିଗାରେଡ଼ି ସନ୍ଦେହରେ ମା’ ଓ ଝିଅକୁ ହତ୍ୟା

ସମ୍ବଲପୁର ଶାସନ ଥାନା ଗିରିପାଲିରେ ଘରେ ଶୋଇଥିବାବେଳେ ମା’ ଓ ଝିଅକୁ ନିର୍ମମ ଭାବେ ହତ୍ୟା କରାଯାଇଛି। ଗୁଣିଗାରେଡ଼ି ସନ୍ଦେହରେ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି। ଘଟଣା ସ୍ଥଳରେ ପୁଲିସ ପହଞ୍ଚି ଛାନଭିନ ଆରମ୍ଭ କରିଛି। ଶୋଇଥିବା ଅବସ୍ଥାରେ କେହି ଟାଙ୍ଗିଆ ହାଣି ହତ୍ୟା କରାଯାଇଥିବା କୁହାଯାଉଛି।

Read More