୨ ଦେଶୀ ବନ୍ଧୁକ ଜବତ: ୬ ଗିରଫ
ଜମନକିରା: ବାମରା ଡିଭିଜନ ବଡ଼ରମା ରେଞ୍ଜ ଅନ୍ତର୍ଗତ ଉଡୁସିଂ ବିଟରେ ବନ୍ଧୁକ କାରବାର କରିବା ଅଭିଯୋଗରେ େପାଲିସ ୬ ଜଣ ଅଭିଯୁକ୍ତକୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ େହଲେ ଉଡୁସିଂ ଗ୍ରାମର ଅରୁଣ ମାଝୀ , ଅଭୟ ମାଝୀ, ଗଣେଶ ପଟ୍ଟା, ସୁରେନ୍ଦ୍ର ପଧାନ, କୁବେର ଖଣ୍ଡା ଓ ଲାଇଝାର ଗ୍ରାମର ମନୋଜ କୁଅର। ସେମାନଙ୍କ ନିକଟରୁ ୨ ଦେଶୀ ବନ୍ଧୁକ ଜବତ ହୋଇଛି।
ପ୍ରକାଶଥାଉକି, କିଛି ଦିନ ତଳେ ଜଙ୍ଗଲ ଭିତରେ କିଛି ଲୋକ ବନ୍ୟ ପ୍ରାଣୀ ଶିକାର କରି ଫେରୁଥିବା ନେଇ ବନ ବିଭାଗ କ୍ୟାମେରା ଦେଖି ଜାଣିବାକୁ ପାଇଥିଲେ। ଏହି ଘଟଣାକୁ ନେଇ ବଡ଼ରମା ରେଞ୍ଜର ଗୀରୀଧାରୀ ପ୍ରଧାନଙ୍କ ନେତୃ୍ତ୍ବରେ ଏକ ଟିମ୍ ତଦନ୍ତ ଅାରମ୍ଭ କରିଥିଲେ। ତଦନ୍ତ ବେଳେ ବନ ବିଭାଗ କର୍ମଚାରୀ ଉଡୁସିଂ ଓ ଲାଇଝାର ଗ୍ରାମରେ ଚଢ଼ଉ କରିଥିଲେ। ଚଢ଼ଉ େବଳେ ଏହି ଘଟଣାରେ ସମ୍ପୃକ୍ତ ୬ ଜଣଙ୍କ କାବୁ କରି ପଚରାଉଚରା କରିଥିଲେ। ପଚରାଉଚରା େବଳେ ସେମାନେ ଏହି ଘଟଣାରେ ସମ୍ପୃକ୍ତ ଥିବା ସ୍ବୀକାରକ କରିଥିଲେ। ପରେ ସେମାନଙ୍କ ନିକଟରୁ ଦୁଇଟି ଦେଶୀ ବନ୍ଧୁକ ଜବତ କରାଯାଇଥିଲା। ପରେ ସେମାନଙ୍କ ବିରୋଧରେ ମାମଲା ରୁଜୁ କରାଯାଇ େକାର୍ଟ ଚାଲାଣ କରାଯାଇଥିଲା।

