ତାଜା ଖବର

ତାଜା ଖବରରାଜ୍ୟ

ପୋଲିସ ଏସ୍‌ଆଇ ନିଯୁକ୍ତି କେଳେଙ୍କାରୀ ମାମଲା, ୧୭ ଅଭିଯୁକ୍ତଙ୍କ ଜାମିନ ଖାରଜ କଲେ ହାଇକୋର୍ଟ

ସେମାନେ ଇତିମଧ୍ୟରେ ୭ରୁ ୮ମାସ ଜେଲ୍‌ରେ କଟାଇ ସାରିଲେଣି। ଚାର୍ଜସିଟ୍‌ ମଧ୍ୟ ଦାଖଲ ସରିଛି । ତେଣୁ ଜାମିନ୍‌ ଦିଆଯାଉ । କିନ୍ତୁ ଏହାକୁ ସିବିଆଇ ବିରୋଧ କରିଥିଲା । ଅଭିଯୁକ୍ତମାନଙ୍କ ବିରୋଧରେ ପ୍ରାଥମିକ ପ୍ରମାଣ ଥିବା ଦର୍ଶାଯାଇଥିଲା । ହାଇକୋର୍ଟ କହିଛନ୍ତି, ଅଭିଯୁକ୍ତମାନେ ଯାହା କରିଛନ୍ତି ତାହା ସମାଜ ବିରୋଧରେ ଅପରାଧ । ଅଭିଯୁକ୍ତମାନଙ୍କ ବିରୋଧରେ ଚାର୍ଜସିଟ୍‌ ଦାଖଲ ହୋଇଥିଲେ ହେଁ ଜାମିନ୍‌ ପାଇଁ ଯଥେଷ୍ଟ ନୁହେଁ । ସିବିଆଇ ପକ୍ଷରୁ ଆଇନଜୀବୀ ସାର୍ଥକ ନାୟକ ମାମଲା ପରିଚାଳନା କରୁଥିଲେ ।

Read More
ଜାତୀୟତାଜା ଖବର

୧୯ତମ ନିଯୁକ୍ତି ମେଳା : ୫୧,୦୦୦ ଯୁବବର୍ଗଙ୍କୁ ନିଯୁକ୍ତି ପତ୍ର ଦେଲେ ମୋଦୀ

ମୁଁ ଏହାକୁ ବିକାଶର ଏକ ସକାରାତ୍ମକ ସଙ୍କେତ ମଧ୍ୟ ମନେ କରେ। ମୁଁ ଆପଣଙ୍କୁ କର୍ମଯୋଗୀ ପ୍ଲାଟଫର୍ମର ସୁଯୋଗ ନେବାକୁ ଅନୁରୋଧ କରୁଛି। ଭାରତର ଯୁବପିଢ଼ି ବିଶ୍ୱର ପ୍ରତ୍ୟେକ କ୍ଷେତ୍ରରେ ନିଜର ଛାପ ସୃଷ୍ଟି କରୁଛନ୍ତି। ଏହି ସମାନ ଶକ୍ତି ସାର୍ବଜନୀନ କ୍ଷେତ୍ରରେ ମଧ୍ୟ ପ୍ରତିଫଳିତ ହେବା ଉଚିତ। ଲୋକଙ୍କ ସେବା କରିବା ହେଉଛି ଈଶ୍ୱରଙ୍କ ସେବା। ମୁଁ ବିଶ୍ୱାସ କରେ ଯେ ନିଯୁକ୍ତି ପତ୍ର ପାଉଥିବା ଯୁବ ସହକର୍ମୀମାନେ ଏଥିରେ ଯୋଗଦାନ ଦେବେ। ଆମର ମନ୍ତ୍ର ହେଉଛି ‘ନାଗରିକ ଦେବୋ ଭବଃ’। ନାଗରିକଙ୍କ କଲ୍ୟାଣ ଆମର କର୍ତ୍ତବ୍ୟ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

Read More