ଆନ୍ତର୍ଜାତୀୟତାଜା ଖବର

କେନିଆର ଗାର୍ଲ ସ୍କୁଲରେ ଅଗ୍ନିକାଣ୍ଡ, ୧୬ ମୃତ

କେନିଆ, ୨୯|୫ : କେନିଆର ନକୁରୁ କାଉଣ୍ଟି ସ୍ଥିତ ଗିଲଗିଟ୍ର ଉଟୁମିଶି ଗାର୍ଲ୍ସ ଏକାଡେମୀର ହଷ୍ଟେଲରେ ଭୟଙ୍କର ଅଗ୍ନିକାଣ୍ଡ ହୋଇଛି। ଛାତ୍ରୀଙ୍କ ଡର୍ମିଟୋରିରେ ନିଆଁ ଲାଗିଯାଇଥିଲା । ନିଆଁ ଲାଗିବା ଯୋଗୁଁ ୧୬ ଜଣ ଛାତ୍ରୀଙ୍କର ବର୍ତ୍ତମାନ ସୁଦ୍ଧା ମୃତ୍ୟୁ ହୋଇଥିବା ବେଳେ ୭୪ ଜଣ ଆହତ ହୋଇଛନ୍ତି । ଆହତଙ୍କୁ ଚିକିତ୍ସା ପାଇଁ ହସପିଟାଲରେ ଭର୍ତ୍ତି କରାଯାଇଛି । ପ୍ରାରମ୍ଭିକ ସୂଚନା ଅନୁସାରେ, ୧୦ ଛାତ୍ରୀଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା । ଆଉ ୬ ଜଣଙ୍କର ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ହୋଇଯାଇଥିଲା । ଆହତ ଛାତ୍ରୀଙ୍କ ସ୍ଥିତି ଏବେ ବି ଗମ୍ଭୀର ରହିଛି । ଆହତଙ୍କ ଚିକିତ୍ସା ସେଣ୍ଟ ଜୋସେଫ୍ ହସ୍ପିଟାଲ ସହିତ ଅନ୍ୟ ଚିକିତ୍ସା କେନ୍ଦ୍ରରେ ଚାଲିଛି। କେନିଆ ରେଡ୍ କ୍ରସ୍ ଅନୁଯାୟୀ, ଅଗ୍ନିକାଣ୍ଡ ସମ୍ପର୍କରେ ସୂଚନା ପାଇବା ମାତ୍ରେ ତୁରନ୍ତ ଜରୁରୀକାଳୀନ ସେବା, ଆମ୍ବୁଲାନ୍ସ ଟିମ୍ ଏବଂ ମାନସିକ ସ୍ୱାସ୍ଥ୍ୟ ପରାମର୍ଶଦାତାମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ । କେନିଆ ରାଷ୍ଟ୍ରପତି ୱିଲିୟମ୍ ରୁଟୋ ଏହି ଦୁର୍ଘଟଣା ଉପରେ ଗଭୀର ଦୁଃଖ ପ୍ରକାଶ କରିବା ସହ ପୀଡ଼ିତ ପରିବାର ପ୍ରତି ସମବେଦନା ଜଣାଇଛନ୍ତି ।

Leave a Reply

Your email address will not be published. Required fields are marked *