ଆନ୍ତର୍ଜାତୀୟତାଜା ଖବର

ଇରାନକୁ ପରମାଣୁ ବୋମା କରିବାକୁ ଦିଆଯିବନି: ନେତାନ୍ୟାହୁ

ତେହେରାନ: ଇରାନ- ଆମେରିକା  ‘ଶାନ୍ତି ଚୁକ୍ତି ’ ସଫଳ ହେବା ପୂର୍ବରୁ ଭାଙ୍ଗିବା ଆଡ଼କୁ ଗତି କରୁଛି। ଏହାରି ଭିତରେ ଇସ୍ରାଇଲ ପ୍ରଧାନମନ୍ତ୍ରୀ ନେତାନ୍ୟାହୁ ବଡ଼ ଚେତାବନୀ ଦେଇଛନ୍ତି ଯେ, ଇରାନକୁ ପରମାଣୁ ବୋମା କରିବାକୁ ଦିଆଯିବନି । ପଶ୍ଚିମ ଏସିଆରେ ଅନେକ ଦିନର ମହାବିନାଶ ସ୍ଥିତି ପରେ ପରେ ବିଶ୍ୱ ସମୁଦାୟ ଯେଉଁ ଶାନ୍ତି ଆଲୋଚନା ଆରମ୍ଭ କରିଥିଲା, ତାହା ଏବେ ବାଜିରେ ଲାଗିଛି। ଗୋଟିଏ ପଟେ ଇରାନ ପରମାଣୁ କାଯ୍ୟକ୍ରମ ବନ୍ଦ କରିବାର ପ୍ରତିଶୃତି ଦେଲେ ବି ୟୁରେନିୟମ ସମୃଦ୍ଧକରଣ ଜାରୀ ରଖିଛି ବୋଲି ସନ୍ଦେହ ପ୍ରକାଶ ପାଉଥିବା ବେଳେ ଅନ୍ୟପଟେ ରାଷ୍ଟ୍ରପତି ଟ୍ରମ୍ପ ପୁଣି ଥରେ ଇରାନ କୁ କଠୋର ଚେତାବନୀ ଦେଇଛନ୍ତି । ପଶ୍ଚିମ ଏସିଆରେ ଅନେକ ଦିନର ମହାବିନାଶ ସ୍ଥିତି ପରେ ପରେ ବିଶ୍ୱ ସମୁଦାୟ ଯେଉଁ ଶାନ୍ତି ଆଲୋଚନା ଆରମ୍ଭ କରିଥିଲା, ତାହା ଏବେ ବାଜିରେ ଲାଗିଛି। ଶାନ୍ତି ଚୁକ୍ତି ସଫଳ ହେବା ପୂର୍ବରୁ ହିଁ ଭାଙ୍ଗିଯିବା ଆଡ଼କୁ ଗତି କରୁଛି। ବିଶ୍ୱର ଚାପ ସତ୍ତ୍ୱେ ତେହେରାନ ନିଜ ର ଗୁପ୍ତ ୟୁରେନିୟମ ସମୃଦ୍ଧକରଣ ଏବଂ ପରମାଣୁ ବୋମା ତିଆରି କରିବାର ଜିଦ୍‌ରୁ ଓହରିବାକୁ ପ୍ରସ୍ତୁତ ନାହିଁ। ଶାନ୍ତି ଆଲୋଚନାରେ ଇରାନ ନିଜର ନିଉକ୍ଲିୟର ମିଶନକୁ ସମ୍ପୂର୍ଣ୍ଣ ବନ୍ଦ କରିବା ନେଇ କୌଣସି ସ୍ପଷ୍ଟ ଚିତ୍ର ଦେଇନାହିଁ। ଏହାରି ଭିତରେ ସୁଇଜରଲ୍ୟାଣ୍ଡରେ ଶେଷ ହୋଇଥିବା ପ୍ରଥମ ଆମେରିକା-ଇରାନ ବୈଠକକୁ ନେଇ ସବୁଠାରୁ ବଡ଼ ଖୁଲାସା କରିଛନ୍ତି ଆମେରିକାର ଉପ-ରାଷ୍ଟ୍ରପତି ଜେଡି ଭେନ୍ସ। ଭେନ୍ସ ସ୍ପଷ୍ଟ କରିଛନ୍ତି ଯେ— ନିଉକ୍ଲିୟର ଆଲୋଚନା ଏକ ଗୁରୁତ୍ୱପୂର୍ଣ୍ଣ ମୋଡ଼ରେ ପହଞ୍ଚିଛି, କିନ୍ତୁ ଇରାନର ପରମାଣୁ ଜିଦ୍ ଏବଂ ଆତଙ୍କୀ ପ୍ରୋକ୍ସି ଗ୍ରୁପ୍‌କୁ ନେଇ କୌଣସି ସହମତି ପ୍ରକାଶ ପାଇପାରି ନାହିଁ ।”ଆମେରିକା ଏବଂ ଇରାନ ମଧ୍ୟରେ ବ୍ୟାକ୍-ଡୋର୍‌ରେ ଚାଲିଥିବା ସମସ୍ତ ପ୍ରକାର ଆଲୋଚନା ଏବଂ ସମ୍ଭାବ୍ୟ ଡିଲ୍‌ଠାରୁ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ନିଜକୁ ସମ୍ପୂର୍ଣ୍ଣ ଦୂରେଇ ରଖିଛନ୍ତି। ପରମାଣୁ ପ୍ରସଙ୍ଗରେ ନେତାନ୍ୟାହୁ ନିଜର ଚରମ ଜିଦ୍‌ରେ ଅଟଳ ରହିଛନ୍ତି। ଇରାନକୁ କୌଣସି ବି ପରିସ୍ଥିତିରେ, କୌଣସି ବି ସର୍ତ୍ତରେ ଏବଂ କୌଣସି ବି ଚୁକ୍ତି ବଳରେ ପରମାଣୁ ଅସ୍ତ୍ର ହାସଲ କରିବାକୁ ଦିଆଯିବ ନାହିଁ ନୋଲି କହିଛନ୍ତି ନେତାନ୍ୟାହୁ। ଏହା ସହିତ ଇସ୍ରାଏଲ ନିଜର ସୁରକ୍ଷା ପାଇଁ ଲେବାନନରେ ସିକ୍ୟୁରିଟି ଜୋନ୍‌ କୁ ଯେତେଦିନ ଆବଶ୍ୟକ ସେତେଦିନ ପର୍ଯ୍ୟନ୍ତ ବଜାୟ ରଖିବ ବୋଲି ସ୍ପଷ୍ଟ କରିବା ପରେ, ଶାନ୍ତି ଆଲୋଚନା ଭଣ୍ଡୁର ହେବାର ଆଶଙ୍କା ଦେଖାଦେଇଛି। ସେପଟେ ଶାନ୍ତି ଚୁକ୍ତି କୁ ଏକ ପ୍ରକାର ବଂଚାଇବା ପାଇଁ ଜୁନ୍ ୨୧ ରାତିରେ ଆମେରିକା ଏବଂ ଇରାନ ମଧ୍ୟରେ ଏକ ବଡ଼ ଗୁପ୍ତ ଆଲୋଚନା ଏବଂ ହାଇ-ଡ୍ରାମା ଦେଖିବାକୁ ମିଳିଥିଲା।

Leave a Reply

Your email address will not be published. Required fields are marked *