ଝରିଗାଁ ବଣୁଆଗୁଡାରେ ମାରଣାସ୍ତ୍ର ଦେଖାଇ ଲୁଟ୍
ଝରିଗାଁ: ନବରଙ୍ଗପୁର ଜିଲ୍ଲା ଝରିଗାଁ ବଣୁଆଗୁଡାରେ ବଡ଼ ଧରଣର ଡକାୟତି ହୋଇଛି। ରାତି ପ୍ରାୟ ଗୋଟାଏ ବେଳେ ଲୁଟେରାମାନେ ଘରି ପଶି କଳା କନା ବୁଲାଇଥିବା ଅଭିଯୋଗ ହୋଇଛି। ଘରେ ପଶି ମାରଣାସ୍ତ୍ର ଦେଖାଇ ପ୍ରାୟ ନଗଦ ଛଅ ଲକ୍ଷ ଟଙ୍କା ଏବଂ ସୁନାଗହଣା ସହ ପାଖାପାଖି ପନ୍ଦର ଲକ୍ଷ ଟଙ୍କା ଲୁଟିନେଇଛନ୍ତି ଦୁର୍ବୃତ୍ତ। ବଣୁଆଗୁଡା ସ୍ଥିତ ଗାଉଁଣ୍ଟିଆ ଗୁଡ଼ା ଅବସରପ୍ରାପ୍ତ ଶିକ୍ଷକ ଲଛମନ ଠାକୁରଙ୍କ ଘରେ ଏହି ଚୋରି ହେଇଥିବା ସୂଚନା ମିଳିଛି। ସୂଚନା ପ୍ରକାରେ ଚାରିଜଣ ଲୁଟେରା ମାରଣାସ୍ତ୍ର ଧରି କବାଟ ଭାଙ୍ଗି ଘରେ ପଶିଥିବା ବେଳେ ଆଉ କିଛି ଲୋକ ବାହାରେ ଥିବା ଅନୁମାନ କରାଯାଉଛି। ସେମାନେ ଡକାୟତି ଲାଗି ଗୋଟିଏ କାରରେ ଆସିଥିବା ସୂଚନା ରହିଛି। ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଘଟଣାର ଛାନଭିନ୍ କରୁଥିବା ଜଣାପଡିଛି।

