ଆନ୍ତର୍ଜାତୀୟତାଜା ଖବର

ରିୟାଦରେ ନୂଆ ଭାରତୀୟ ରାଷ୍ଟ୍ରଦୂତ ନିଯୁକ୍ତ ୭୮ ବର୍ଷ ପରେ ପ୍ରଥମ ଅଣ ମୁସଲିମ ଦୂତ

ନୂଆଦିଲ୍ଲୀ, ୩|୬: ଦୀର୍ଘ ୭୮ ବର୍ଷ ପରେ ସାଉଦି ଆରବରେ ପ୍ରଥମ ଥର ପାଇଁ ଜଣେ ଅଣ ମୁସଲିମ ଭାରତୀୟ ରାଷ୍ଟ୍ରଦୂତଙ୍କୁ ନିଯୁକ୍ତି ଦିଆଯାଇଛି। ୧୯୪୮ ମସିହା ପରେ ପ୍ରଥମ ଥର ପାଇଁ ଭାରତ ସାଉଦି ଆରବରେ ଅଣ-ମୁସଲିମ ରାଷ୍ଟ୍ରଦୂତ ନିଯୁକ୍ତ କରିଛି। ୧୯୯୮ ମସିହା ବ୍ୟାଚ୍ ଆଇଏଫଏସ୍ ଅଧିକାରୀ ଭିପୁଲଙ୍କୁ ରିୟାଦରେ ଭାରତର ପରବର୍ତ୍ତୀ ରାଷ୍ଟ୍ରଦୂତ ଭାବେ ନିଯୁକ୍ତ କରାଯାଇଛି। ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ଏନେଇ ଘୋଷଣା କରାଯାଇଛି। ସେ ଜଣେ ଦକ୍ଷ ଅଧିକାରୀ ହୋଇଥିବାବେଳେ ସମସ୍ତ ଦାୟିତ୍ବ ସୁରୁଖୁରୁରେ ତୁଲାଇବେ ବୋଲି ବିଭାଗ ଆଶା କରିଛି।

Leave a Reply

Your email address will not be published. Required fields are marked *