ଜାତୀୟତାଜା ଖବର

ସୁପ୍ରିମକୋର୍ଟରେ ନିଟ-ୟୁଜି ଲିକ ମାମଲା ଏନଟିଏକୁ ଭାଙ୍ଗିବା ପାଇଁ ତଲବ ଏସସିରେ ଏନଟିଏର ସତ୍ୟପାଠ ଦାଖଲ

ନୂଆଦିଲ୍ଲୀ, ୨୯|୫: ଆଜି ସୁପ୍ରିମକୋର୍ଟରେ ନିଟ-ୟୁଜି ପ୍ରବେଶିକା ପରୀକ୍ଷା ପ୍ରଶ୍ନପତ୍ର ଲିକ ମାମଲାର ଶୁଣାଣି ହୋଇଛି। ନିଟ୍୍-ୟୁଜି ପେପର୍ ଲିକ୍ ସମ୍ପର୍କିତ ପ୍ରମୁଖ ଆବେଦନଗୁଡ଼ିକର ଶୁଣାଣି କରାଯାଇଛି। ଉଚ୍ଚ ନ୍ୟାୟାଳୟ ନ୍ୟାସନାଲ୍ ଟେଷ୍ଟିଂ ଏଜେନ୍ସି (ଏନଟିଏ)କୁ କଡ଼ା ସମାଲୋଚନା କରିଛନ୍ତି। ସିଷ୍ଟମିକ୍ ବିଫଳତାକୁ ଦାୟୀ କରି ବିଶୋଧଗାର ପ୍ରକାଶ କରିଛନ୍ତି ସୁପ୍ରିମକୋର୍ଟ। ପରୀକ୍ଷା ସଂସ୍ଥା ଏନଟିଏକୁ ଭାଙ୍ଗି ଏକ ସ୍ୱାଧୀନ, ସ୍ୱଚ୍ଛ ପରୀକ୍ଷା ଢାଞ୍ଚା ପ୍ରତିଷ୍ଠା କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ନିଟ-ୟୁଜି ପରୀକ୍ଷା ପ୍ରଶ୍ନପତ୍ର ଲିକ ମାମଲାରେ ଏଫଏଆଇଏମଏ ଓ ୟୁଡିଏଫ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ।  ଏଫଏଆଇଏମଏ ଓ ୟୁଡିଏଫ ପକ୍ଷରୁ କୋର୍ଟରେ ଆବେଦନ କରାଯାଇଥିବାବେଳେ ଏନଟିଏକୁ ଭଙ୍ଗ କରିବାକୁ ଦାବି ହୋଇଥିଲା। ଏହାସହ ଆବେଦନ ପତ୍ରରେ ଭବିଷ୍ୟତର ପରୀକ୍ଷାଗୁଡ଼ିକୁ କୋର୍ଟଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ କମ୍ପ୍ୟୁଟର ଭିତ୍ତିକ କରିବାକୁ ପ୍ରସ୍ତାବ ଦିଆଯାଇଛି।  ଏନେଇ ଆଜି ସୁପ୍ରିମକୋର୍ଟରେ ଶୁଣାଣି ହୋଇଛି। ଅନ୍ୟପକ୍ଷରେ ନିଟ ପ୍ରଶ୍ନପତ୍ର ଲିକ ନେଇ ସୁପ୍ରିମକୋର୍ଟରେ ଏନଟିଏ ସତ୍ୟପାଠ ଦାଖଲ କରିଛି। ପ୍ରଶ୍ମପତ୍ର ଲିକ ଘଟଣାକୁ ଗମ୍ଭୀରତା ସହ ନେଇଛୁ ବୋଲି ଏନଟିଏ କହିଛି। ଏନେଇ ଦୃଢ଼ ପଦକ୍ଷେପ ନେବୁ ବୋଲି ଏଥିରେ ଉଲ୍ଲେଖ ରହିଛି। ପରୀକ୍ଷାରେ ସ୍ବଚ୍ଛତା ବଜାୟ ରଖିବାକୁ ସେମାନେ ବଦ୍ଧ ପରିକର ବୋଲି ଏନଟିଏ କହିଛି। ପିପିଟି ମୋଡରେ ନିଟ ପରୀକ୍ଷା ଅନୁଷ୍ଠିତ ହୋଇଥିଲା। ଏନଏଟିଏର ଅନ୍ୟ ସମସ୍ତ ପରୀକ୍ଷା କମ୍ପ୍ୟୁଟର ଆଧାରିତ କରାଯାଉଛି। ସେପଟେ, ନିଟ୍ ପରୀକ୍ଷାର ସ୍ୱଚ୍ଛତା ଓ ସୁରକ୍ଷାକୁ ନେଇ ଚାପ ବଢ଼ୁଥିବାରୁ କେନ୍ଦ୍ର ସରକାର ଏବେ ପ୍ରଶ୍ନପତ୍ରର ଗୋପନୀୟତା ରକ୍ଷା ପାଇଁ ଏକ ଭିନ୍ନ ବିକଳ୍ପ ଉପରେ ବିଚାର କରୁଛନ୍ତି । ସରକାର ଏଣିକି ପ୍ରଶ୍ନପତ୍ର ପରିବହନ  ପାଇଁ ସିଧାସଳଖ ‘ଭାରତୀୟ ବାୟୁସେନା’ର ସହାୟତା ନେବାକୁ ଏକ ପ୍ରସ୍ତାବ ପ୍ରସ୍ତୁତ କରିଛନ୍ତି ।

 

Leave a Reply

Your email address will not be published. Required fields are marked *