ଜାତୀୟତାଜା ଖବର

୧୯ କେଜି ବିଶିଷ୍ଟ ବାଣିଜ୍ୟିକ ଏଲ୍‌ପିଜି ୪୨ ଟଙ୍କା ବୃଦ୍ଧି

ନୂଆଦିଲ୍ଲୀ: ପୁଣି ବୃଦ୍ଧି ପାଇଛି ବାଣିଜ୍ୟିକ ଏଲ୍‌ପିଜି ସିଲିଣ୍ଡର। ମଧ୍ୟପ୍ରାଚ୍ୟ ଯୁଦ୍ଧ ମଧ୍ୟରେ ଦେଶରେ ପୁଣି ଥରେ ବାଣିଜ୍ୟିକ ଏଲ୍‌ପିଜି ଓ ୫ କେଜିଆ ସିଲିଣ୍ଡର ଦାମ୍‌ ବଢ଼ିଛି। ୧୯ କେଜି ବିଶିଷ୍ଟ ବାଣିଜ୍ୟିକ ଏଲ୍‌ପିଜି ଦାମ୍‌ ୪୨ ଟଙ୍କା ବୃଦ୍ଧି ପାଇଛି। ୫ କେଜିଆ ଗ୍ୟାସ୍‌ ସିଲିଣ୍ଡର ଦର ୧୧ ଟଙ୍କା ବଢ଼ିଛି। ଏହି ଦରବୃଦ୍ଧି ପରେ ବାଣିଜ୍ୟିକ ଏଲ୍‌ପିଜି ସିଲିଣ୍ଡର ଦାମ୍‌ ଦିଲ୍ଲୀରେ ୩୧୧୩ ଟଙ୍କାକୁ ଓ ୫ କେଜିଆ ସିଲିଣ୍ଡର ଦାମ୍‌ ୮୨୧.୫୦ ପଇସାକୁ ବୃଦ୍ଧି ପାଇଛି। କିନ୍ତୁ ସାଧାରଣ ପରିବାରର ରୋଷେଇ ଘରେ ବ୍ୟବହାର କରାଯାଉଥିବା ୧୪.୨ କେଜିଆ ଏଲ୍‌ପିଜି ସିଲିଣ୍ଡର ଦାମ୍‌ ୯୧୩ ଟଙ୍କାରେ ଅପରିବର୍ତ୍ତିତ ରହିଛି। ତୈଳ କମ୍ପାନିଗୁଡ଼ିକ ପ୍ରତି ମାସ ୧ ତାରିଖରେ ଏଲ୍‌ପିଜି ଦାମ୍‌ରେ ସଂଶୋଧନ କରୁଛନ୍ତି। ଚଳିତ ବର୍ଷ ଫେବ୍ରୁଆରି ୨୮ରେ ଇରାନ ଯୁଦ୍ଧ ଆରମ୍ଭ ହେବା ପରଠାରୁ ବାଣିଜ୍ୟିକ ଏଲ୍‌ପିଜି ଦାମ୍‌ରେ ଚତୁର୍ଥ ଥର ବୃଦ୍ଧି ହୋଇଛି। ଏପ୍ରିଲ୍‌ରେ ୧୯୫ ଟଙ୍କା ୫୦ ପଇସା ବଢ଼ିଥିଲା। ମାର୍ଚ୍ଚ ୭ରେ ଦାମ୍‌ ୧୧୫ ଟଙ୍କା ବଢ଼ିଥିଲା। ଯୁଦ୍ଧ ପରଠାରୁ ୫ କେଜିଆ ସିଲିଣ୍ଡର ମଧ୍ୟ ଲଗାତାର ଭାବେ ମହଙ୍ଗା ହେବାରେ ଲାଗିଛି। ଗତ ମେରେ ଏହାର ଦାମ୍‌ ୨୬୧ ଟଙ୍କା ଓ ଏପ୍ରିଲ୍‌ରେ ୫୧ ଟଙ୍କା ବଢ଼ିଥିଲା। ବାଣିଜ୍ୟିକ ଏଲ୍‌ପିଜି ମହଙ୍ଗା ହୋଇଥିବାରୁ ବାହାରେ ଖାଇବା ଏବଂ ହୋଟେଲ୍‌ ଓ ରେସ୍ତୋରାଁରେ ଭୋଜନ ମହଙ୍ଗା ହୋଇଥିବା ଦେଖାଯାଇଛି।

Leave a Reply

Your email address will not be published. Required fields are marked *