ଗୋଲ୍ଡ ମେଡାଲିଷ୍ଟ ଖେଳାଳିଙ୍କୁ ଗୁଳି କରି ହତ୍ୟା
ନୂଆଦିଲ୍ଲୀ : ପ୍ରତିଶୋଧ ନିଆଁରେ ଅନ୍ଧ। ସାଙ୍ଗର ଜୀବନ ନେଲା ସାଙ୍ଗ। ହେଲେ ସେ ଜଣେ ସାଧାରଣ ସାଙ୍ଗ ନୁହେଁ , ସେ ଗୋଲ୍ଡ ମେଡାଲିଷ୍ଟ ଖେଳାଳି। ନିକଟରେ ରାଷ୍ଟ୍ରୀୟ ପାରା ଆଥଲେଟିକ୍ସରେ ଗୋଲ୍ଡ ମେଡାଲ ଜିତିଥିବା ଚିରାଗ ତ୍ୟାଗୀଙ୍କୁ ଗୁଳି କରି ହତ୍ୟା କରିଛନ୍ତି ନିଜ ସାଙ୍ଗ। ଅକ୍ଟୋବରରେ ପାରା ଏସିଆନ୍ ଗେମ୍ସ ପାଇଁ ଜାପାନ ଯାଇଥାନ୍ତେ ହେଲେ ତା ଆଗରୁ ଜୀବନ ଚାଲିଗଲା । ପାରା ଆଥଲେଟିକ୍ସ ଚିରାଗ୍ ତ୍ୟାଗୀଙ୍କୁ ଗୁଳି ମାରି ହତ୍ୟା କରାଯାଇଛି । ସିସି ଟିଭି ଫୁଟେଜକୁ ଆଧାର କରି ପୁଲିସ ଅଭିଯୁକ୍ତକୁ ଗିରଫ କରିଛି । ଚିରାଗଙ୍କୁ ହତ୍ୟାକାରୀ ଆଉ କେହି ନୁହଁ ବରଂ ତାଙ୍କ ସାଙ୍ଗ । ବିଦେଶରେ ଭାରତର ଧ୍ବଜା ଉଡ଼ାଉଥିବା , ଭାରତ ପାଇଁ ଗୌରବ ଆଣୁଥିବା ନା ଲିଭିଗଲା । ୨୪ ବର୍ଷୀୟ ଯୁବ ପାରା ଆଥଲେଟ୍ ଚିରାଗ ତ୍ୟାଗୀଙ୍କୁ ଗୁଳି କରି ହତ୍ୟା କରାଯାଇଛି। ପୁଲିସ ତ୍ବରିତ ପଦକ୍ଷେପ ନେଇ ଆଖପାଖର ସବୁ ସିସିଟିଭିକୁ ତନଖିବା ପରେ ଅଭିଯୁକ୍ତକୁ ଗିରଫ କରିଛି । ଗିରଫ ଯୁବକ ବି ଦୋଷ ସ୍ବୀକାର କରିଛି ।
ଚିରାଗଙ୍କ ମୃତଦେହକୁ ଦେଖିଲେ ସ୍ପଷ୍ଟ ହେଉଛି ଯେ, ତାଙ୍କୁ ଖୁବ୍ ନିକଟରୁ ଗୁଳି କରାଯାଇଛି । ସିସିଟିଭି ଯାଞ୍ଚ କରିବା ପରେ ପୁଲିସ ୟଶ୍ ଖଟିକ୍ ନାମକ ଯୁବକକୁ ଗିରଫ କରି ଜେରା କରିଛି । ପୁଲିସ ଆଗରେ ସତ ମମାନିଛି ଅଭିଯୁକ୍ତ ୟଶ୍ । ୟଶ୍ ଚିରାଗର ପୁରୁଣା ସାଥୀ ଖେଳାଳି । ସେ ଆଗରୁ ହିଁ ଚିରାଗଙ୍କ ସହ ସ୍କୁଲ ସମୟରୁ ଖେଳ ପ୍ରାକ୍ଟିସ୍ କରୁଥିଲେ । ଦୁଇ ସାଙ୍ଗ ’ବ୍ଲାଇଣ୍ଡ କାଟାଗରି’ରେ ପ୍ରତିଯୋଗିତାରେ ଅଂଶଗ୍ରହଣ କରୁଥିଲେ।
ଗିରଫ ୟଶ୍ କହିଛି, କିଛି ଦିନ ଆଗରୁ ସିଲେକ୍ସନ୍ ପାଇଁ ଡକ୍ୟୁମେଣ୍ଟ ଭେରିଫିକେସନ୍ ହେଉଥିଲା। ଏଥିରେ ଚିରାଗ ତ୍ୟାଗୀ ୟଶଙ୍କ ବିରୋଧରେ ଅଭିଯୋଗ ଆଣିଥିଲେ । ଏହି ଅଭିଯୋଗ ପରେ ୟଶଙ୍କ କ୍ବାଲିଫିକେସନ୍ ରଦ୍ଦ ହୋଇଯାଇଥିଲା। ୟଶ୍ ପ୍ରତିଯୋଗିତାରୁ ବାଦ୍ ପଡ଼ିଯାଇଥିଲା । କ୍ବାଲିଫିକେସନ୍ ରଦ୍ଦ ହେବା ପରେ ୟଶ୍ ଖଟିକ୍ ଓ ଚିରାଗଙ୍କ ଭିତରେ ତିକ୍ତତା ଆରମ୍ଭ ହୋଇଯାଇଥିଲା। ପ୍ରତିଶୋଧ ନେବାକୁ ଚାହୁଥିଲା ୟଶ୍ ।
ଚିରାଗ୍ ତ୍ୟାଗୀ ଗାଜିଆବାଦ୍ ମୁରାଦନଗର ବାସିନ୍ଦା । ଦେଶର ଜଣେ ଉଦୀୟମାନ ପାରା ଆଥଲେଟ୍ । କିଛି ଦିନ ଆଗରୁ ବେଙ୍ଗାଳୁରୁରେ ଆୟୋଜିତ ରାଷ୍ଟ୍ରୀୟ ଆଥଲେଟିକ୍ସ ପ୍ରତିଯୋଗିତାରେ ୪ଶହ ମିଟର ଦୌଡ଼ରେ ଗୋଲ୍ଡ ମେଡାଲ ଜିତିଥିଲେ । ଏହି ସାନଦାର ବିଜୟ ପରେ ଚଳିତ ବର୍ଷ ଅକ୍ଟୋବରରେ ଜାପାନରେ ଏସିଆନ୍ ଗେମ୍ସରେ ଭାଗ ନେବାକୁ ଯାଇଥାନ୍ତେ । ହେଲେ ପ୍ରତିଶୋଧର ଶିକାର ହୋଇଗଲେ । ଏବେ ପୂରା ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

