ଡାଟା ସେଣ୍ଟରରେ ଅଗ୍ନିକାଣ୍ଡ ପରେ ଗୁଗଲ କ୍ଲାଉଡ୍ ସେବା ବ୍ୟାହତ
ନୂଆଦିଲ୍ଲୀ(): ବିଭିନ୍ନ ସ୍ଥାନରେ ଠପ୍୍ ହୋଇଛି ଗୁଗୁଲ କ୍ଲାଉଡ ସେବା। ନେଟଓ୍ବାର୍କକୁ ବିଦ୍ୟୁତ୍ ଯୋଗାଣ ବନ୍ଦ ଥିବାରୁ କ୍ଲାଉଡ ସେବା ବାଧାପ୍ରାପ୍ତ ହୋଇଛି। ଦିଲ୍ଲୀ, ମୁମ୍ବାଇ ଓ ଚେନ୍ନାଇ ଭଳି ଦେଶର ବିଭିନ୍ନ ସ୍ଥାନରେ ଗୁଗଲ୍ କ୍ଲାଉଡ୍ ସେବାରେ ବିଭ୍ରାଟ ଦେଖାଦେଇଛି। ଦିଲ୍ଲୀରେ ଥିବା ଏକ ତୃତୀୟ ପକ୍ଷ ସଂସ୍ଥାର ଡାଟା ସେଣ୍ଟର୍ରେ ଅଗ୍ନିକାଣ୍ଡ ଘଟିବା ପରେ ଏହି ସମସ୍ୟା ସୃଷ୍ଟି ହୋଇଛି। ଅଗ୍ନିକାଣ୍ଡ ପରେ ନେଟଓ୍ବାର୍କକୁ ବିଦ୍ୟୁତ୍ ଯୋଗାଣ ବନ୍ଦ କରିବାକୁ ପଡ଼ିଥିଲା। ଫଳରେ ସହରରେ କ୍ଲାଉଡ୍ ସେବା ବାଧାପ୍ରାପ୍ତ ହୋଇଥିଲା। ତାହାର ପ୍ରଭାବ ଅନ୍ୟ ଅଞ୍ଚଳଗୁଡ଼ିକରେ ମଧ୍ୟ ଦେଖିବାକୁ ମିଳିଛି। ସମସ୍ୟାର ସମାଧାନ କରିବାକୁ କମ୍ପାନି ଟ୍ରାଫିକ୍କୁ ଅନ୍ୟ ଅଞ୍ଚଳ ଜରିଆରେ ପରିଚାଳନା କରିବାକୁ ଉଦ୍ୟମ କରିଛି। କିନ୍ତୁ ହଠାତ୍ ଚାହିଦା ବଢ଼ିବାରୁ ଏହି ସେବା ପାଇବା ବିଳମ୍ବ ହେଉଛି। ସେବାକୁ ସ୍ବାଭାବିକ କରିବା ଦିଗରେ କମ୍ପାନି କାର୍ଯ୍ୟ ଜାରି ରଖିଛି।

